one more-nepali-student-commits-suicide-at-kiit
କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଜନିତ ପରବର୍ତ୍ତୀ ଘଟଣାକୁ ନେଇ ବିବାଦ ଥମିନଥିବା ବେଳେ ପୁଣି ଆଉ ଜଣେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଛି ।
 
କିଟ୍‌ (KIIT) ବିଶ୍ଵବିଦ୍ୟାଳୟରେ ପୁଣି ଜଣେ ନେପାଳୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଇନ୍ଫୋସିଟି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ ୨୧ ବର୍ଷୀୟ ମୃତ ଛାତ୍ରୀ  କମ୍ପ୍ୟୁଟର ସାଇନ୍ସର ପ୍ରଥମ ବ୍ୟାଚ୍‌ ଛାତ୍ରୀ ଥିଲେ ।
 
ଛାତ୍ରୀନିବାସରୁ ମୃତଦେହ ଉଦ୍ଧାର ହୋଇଥିବା ନେଇ ପୋଲିସ କମିଶନର୍ ଏସ୍. ଦେବଦତ୍ତ ସିଂ ସୂଚନା ଦେଇଛନ୍ତି । ତେବେ କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ଏଯାଏଁ ଜଣାପଡ଼ି ନାହିଁ । ଆତ୍ମହତ୍ୟା ନେଇ କିଟ୍‌ ପକ୍ଷରୁ ମଧ୍ୟ ପ୍ରତିକ୍ରିୟା ମିଳିପାରି ନାହିଁ ।
 
 

By Nirvay

Leave a Reply

Your email address will not be published. Required fields are marked *