ନବ ଦାସ ହତ୍ୟା ମାମଲାରେ ପ୍ରକୃତ ଦୋଷୀ କିଏ ତାହାକୁ ନେଇ ବଢ଼ିଲା ଚର୍ଚ୍ଚା । ଆଜି ଯାଏଁ ସନ୍ଦେହ ଘେରରେ ରହିଛି ପୂର୍ବତନ ମନ୍ତ୍ରୀ ସ୍ୱର୍ଗତଃ ନବ ଦାସ ହତ୍ୟା ମାମଲା । ନବ ଦାସଙ୍କୁ କାହିଁକି ହତ୍ୟା କରାଗଲା, ଏହା ପଛରେ କ’ଣ କାରଣ ରହିଛି ତଦନ୍ତରୁ ନୂଆ ନୂଆ କଥା ସାମ୍ନାକୁ ଆସୁଛି । ଗିରଫ ପୋଲିସ ଏଏସ୍ଆଇ ଗୋପାଳ ଦାସ ନୁହେଁ କି ପ୍ରକୃତ ଦୋଷୀ । ତାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ସ୍ବର୍ଗତ ନବ ଦାସଙ୍କ ପରିବାର। ସ୍ତ୍ରୀ ମିନତି, ଝିଅ ଦୀପାଳି ଏବଂ ପୁଅ ବିଶାଳ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ନବ ଦାସଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ଭରସା ଦେବା ପରେ ବଢ଼ିଲା ପ୍ରଶ୍ନ । ସାକ୍ଷାତବେଳେ ଉଚିତ ତଦନ୍ତ କରାଯାଇ ପ୍ରକୃତ ଦୋଷୀକୁ ଧରାଯିବ କହିଛନ୍ତି ମୁଖ୍ୟମନ୍ତ୍ରୀ । ଘଟଣାର ତନ୍ନତନ୍ନ କରି ତଦନ୍ତ କରାଯାଇ ପ୍ରକୃତ ଦୋଷୀକୁ ଦଣ୍ଡ ଦିଆଯିବ । ପ୍ରକୃତ ଦୋଷୀକୁ ଧରାଯାଇ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ସହ ଆଇନ ଅନୁସାରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ହେବ କହିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ପରେ କିଏ ପ୍ରକୃତ ଦୋଷୀ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଅନ୍ୟପଟେ ନବ ଦାସଙ୍କ ହତ୍ଯା ମାମଲାକୁ ନେଇ ତନାଘନା କରୁଛି କ୍ରାଇମବ୍ରାଞ୍ଚ ଟିମ୍ । ୨ ଦିନ ହେବ ନବଙ୍କ ବାସ ଭବନରେ ପହଞ୍ଚି ଟିମ୍ ନବଙ୍କ ପରିବାରର ବୟାନ ରେକର୍ଡ କରିଛି। Post navigation ନବ ଦାସଙ୍କୁ ଗୁଳି ପରେ ହୋଇଥିବା ଇସିଜି ରିପୋର୍ଟ ଗାଏବ୍ ୟୁଟ୍ୟୁବର ତପି ମିଶ୍ର ଗିରଫ