କିଟ୍ ବିଶ୍ୱବିଦ୍ୟାଳୟରେ ଛାତ୍ରୀ ହତ୍ୟା ମାମଲାର ତଦନ୍ତ ପାଇଁ ଭୁବନେଶ୍ବରରେ ପହଞ୍ଚିଛନ୍ତି ଜାତୀୟ ମାନବାଧିକାର କମିଶନ ବା NHRC ଟିମ୍ । କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ପ୍ରକୃତି ଲାମସାଙ୍କ ମୃତ୍ୟୁ ଓ ନେପାଳୀ ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ନିର୍ଯାତନା ଘଟଣାକୁ ଜାତୀୟ ମାନବାଧିକାର ଆୟୋଗ (ଏନ୍ଏଚ୍ଆର୍ସି) ଗୁରୁତ୍ବର ସହ ନେଇ ଏହି ଘଟଣାର ତଦନ୍ତ ପାଇଁ ଗୋବିନ୍ଦର ସିଂଙ୍କ ନେତୃତ୍ୱରେ ୨ ଜଣିଆ ଟିମ୍ ଗଠନ କରାଯାଇଛି । ସେହି ଟିମ୍ ଭୁବନେଶ୍ଵରରେ ପହଞ୍ଚି କିଟର ପ୍ରମୁଖ ଅଧିକାରୀଙ୍କୁ ପଚରାଉଚରା କରୁଥିବା ସୂଚନା ମିଳିଛି । ନେପାଳୀ ଛାତ୍ରୀ ମୃତ୍ୟୁ ସାଙ୍ଗକୁ ଛାତ୍ରଛାତ୍ରୀଙ୍କୁ ନିର୍ଯାତନା ଘଟଣାର ହେଉଛି ଯାଞ୍ଚ । ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ମାର୍ଚ୍ଚ ୧୦ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ଏନଏଚଆରସି । Post navigation ରାଜା ଚକ୍ରଙ୍କୁ ବଦ୍ରିଙ୍କ ଟାର୍ଗେଟ୍; କହିଲେ ବିଜେଡିକୁ ବ୍ୟବହାର କରି ଅର୍ଥ ଉପାର୍ଜନ ନା ନାହିଁ ତଦନ୍ତରୁ ଜଣାପଡ଼ିବ ଦେବ୍ରିଗଡ଼-ଭୀମମଣ୍ଡଳୀ-ହୀରାକୁଦକୁ ପର୍ଯ୍ୟଟନ ସର୍କିଟ ଭାବେ ଘୋଷଣା ପାଇଁ ଗଜେନ୍ଦ୍ର ସିଂହଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର