ପୁଣି ଚର୍ଚ୍ଚାରେ ଯାତ୍ରା ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀ। ଦୟା ନଦୀରେ ବୁଡ଼ ପକାଇ, ଡମ୍ବରୁ ଧରି ଗେରୁଆ ବସ୍ତ୍ର ପିନ୍ଧି, ଟିକା ତିଳକ ମାରି, ହର୍ ହର୍ ମହାଦେବ କହି ଖଣ୍ଡଗିରି ମେଳାରେ ନାଗା ସାଧୁଙ୍କ ଆଶୀର୍ବାଦ ନେବାକୁ ଯାଇ ତଡ଼ା ଖାଇଛନ୍ତି ରାଣୀ ପ୍ରିୟଦର୍ଶିନୀ । ତାଙ୍କର ଅଶ୍ଲୀଳ ନୃତ୍ୟର ପ୍ରମାଣ ମାଗିଛନ୍ତି ରାଣୀ । ଯଦି ତାଙ୍କୁ କିଏ ଅଶ୍ଲୀଳ ନୃତ୍ୟର ପ୍ରମାଣ ଦେଇଦେବେ, ତାହାହେଲେ ସେ ଡ୍ୟାନ୍ସ ଛାଡ଼ି ସବୁଦିନ ପାଇଁ ସନ୍ନ୍ୟାସୀ ହୋଇଯିବେ ବୋଲି ରାଣୀ ଘୋଷଣା କରିଛନ୍ତି । ଅଶ୍ଳୀଳ ନୃତ୍ୟ ପାଇଁ ରାଣୀ ପ୍ରିୟଦର୍ଶିନୀ, ସାହୁ ଭାଉଜ ଏବଂ ନିଶା ମହାରଣାଙ୍କୁ ଖଣ୍ଡଗିରିରେ ବ୍ୟାନ୍ କରାଯାଇଥିବା ବେଳେ ଆଜି ସେଠାରେ ରାଣୀ ପହଞ୍ଚି ଅଶ୍ଳୀଳତାକୁ ପ୍ରଶୟ ଦେବେନି, ସନ୍ନ୍ୟାସୀ ବେଶରେ ନାଚିବେ ବୋଲି କହିଛନ୍ତି । ତେବେ ନାଗାସାଧୁଙ୍କ ବିରୋଧ ପରେ ରାଣୀଙ୍କୁ ଯଜ୍ଞ ସ୍ଥଳରୁ ସ୍ଥାନୀୟ ଲୋକେ ତଡ଼ିଦେଇଛନ୍ତି । Post navigation ବଦଳିବ ଭୂମିହୀନଙ୍କ ସଂଜ୍ଞା: ସୁରେଶ ପୂଜାରୀ ମୋ ବସ୍ ଧକ୍କାରେ ୨ ଯୁବତୀ ଗୁରୁତର, କେବେ ମିଳିବ ମୋ ବସ୍ ଦୁର୍ଘଟଣାରୁ ତ୍ରାହି?