ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିକୃତ ଫଟୋକୁ ନେଇ ଜୋର ଧରିଛି ରାଜନୀତି। ଓଡିଶା ବିଜେପିର ଟ୍ବିଟର ହେଣ୍ଡେଲରେ ନବୀନ ପଟ୍ଟନାୟକ ଓ ଭିକେ ପଣ୍ଡିଆନଙ୍କ ବିକୃତ ଫଟୋକୁ ଦେଖି ନିନ୍ଦା କରିଛି ବିଜେଡି । ବିଜେପିର ଏହି ପୋଷ୍ଟକୁ ରିପୋଷ୍ଟ କରି କଡା ସମାଲୋଚନା କରି ବିଜେଡି କହିଛି ବିଜେପିର ଏଭଳି ସମାଲୋଚନାକୁ ଆଦୌ ଗ୍ରହଣ କରାଯିବ ନାହିଁ । ରାଜନୀତିରେ ସମାଲୋଚନା ଏକ ନିର୍ଦ୍ଦିଷ୍ଟ ସୀମା ଭିତରେ ରହିବା ଉଚିତ । ସେହିପରି ଚାରିକୋଟି ଲୋକଙ୍କ ଆଦର ଜନନେତା ତଥା ମୁଖ୍ୟମନ୍ତ୍ରୀ ଭାବରେ ୨୪ ବର୍ଷ କାର୍ଯ୍ୟ କରିଥିବା ଜଣେ ଜନନାୟକଙ୍କ ପ୍ରତି ଏପରି ଅଶୋଭନୀୟ ଆଚରଣ ଗ୍ରହଣୀୟ ନୁହେଁ । ସୂଚନାଯୋଗ୍ୟ; ଓଡିଶାରେ ଆଳୁ ସଙ୍କଟ ପାଇଁ ନବୀନଙ୍କୁ ଦାୟି କରିଛି ଶାସକ ଦଳ । ନବୀନ ପଟ୍ଟନାୟକ ଏବଂ ଭିକେ ପାଣ୍ଡିଆନଙ୍କ ଏକ ଫଟୋ ସେୟାର କରି ବିଜେପି ଲେଖିଛି ଯେ, “୨୦୧୫ ରୁ ୨୬୭ କୋଟି ଟଙ୍କା ବ୍ୟୟରେ ଓଡ଼ିଶାରେ ଆଳୁ ମିଶନ ଆରମ୍ଭ କରିଥିଲେ, ହେଲେ ସମ୍ପୂର୍ଣ୍ଣ ଅଟକଳ ରାଶି ଗିଳି ଓଡ଼ିଶାରେ ଆଳୁ ସଙ୍କଟ ଆଣିଛନ୍ତି ନବୀନ ।” Post navigation ମେଡିକାଲରେ ଭର୍ତ୍ତି ହେଲେ ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ମହାନଦୀ ସ୍ଥିତି ପାଇଁ ନବୀନ ଦାୟୀ: ପୃଥ୍ବୀରାଜ
ସୂଚନାଯୋଗ୍ୟ; ଓଡିଶାରେ ଆଳୁ ସଙ୍କଟ ପାଇଁ ନବୀନଙ୍କୁ ଦାୟି କରିଛି ଶାସକ ଦଳ । ନବୀନ ପଟ୍ଟନାୟକ ଏବଂ ଭିକେ ପାଣ୍ଡିଆନଙ୍କ ଏକ ଫଟୋ ସେୟାର କରି ବିଜେପି ଲେଖିଛି ଯେ, “୨୦୧୫ ରୁ ୨୬୭ କୋଟି ଟଙ୍କା ବ୍ୟୟରେ ଓଡ଼ିଶାରେ ଆଳୁ ମିଶନ ଆରମ୍ଭ କରିଥିଲେ, ହେଲେ ସମ୍ପୂର୍ଣ୍ଣ ଅଟକଳ ରାଶି ଗିଳି ଓଡ଼ିଶାରେ ଆଳୁ ସଙ୍କଟ ଆଣିଛନ୍ତି ନବୀନ ।”