କେନ୍ଦୁଝର ଜିଲ୍ଲା ସାହାରପଡାରେ ଘଟିଛି ଦୁଃଖଦ ଘଟଣା । କାଛୁ କୁଣ୍ଡିଆ ରୋଗ ପାଇଁ ମେଡିସିନ ଦୋକାନୀ ଇଂଜେକ୍ସନ ଦେବା ପରେ ଜଣେ ଦଶମ ଶ୍ରେଣୀର ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ର ହେଲେ କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନା ଧରାପଡା ଗ୍ରାମର ବିଜୟ କୁମାର ମୁଣ୍ଡାଙ୍କ ପୁଅ ସୁକଦେବ ମୁଣ୍ଡା ସେ ସାହାର ହାରପଡା ସରସତୀ ଶିଶୁ ବିଦ୍ଯାମନ୍ଦିରର ହଷ୍ଟେଲରେ ରହି ଦଶମ ଶ୍ରେଣୀରେ ପାଠ ପଢୁଥିଲେ । ମୃତ ଛାତ୍ରଙ୍କ ବାପାଙ୍କ ଅଭିଯୋଗ ପରେ ସାହାରପଡା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ଦେହରେ କାଛୁ କୁଣ୍ଡିଆ ହୋଇଥିବାରୁ ପରିବାର ଲୋକ ଆସି ସାହାରପଡା ବଜାରରେ ଥିବା ସର୍ବେଶ୍ୱର ଔଷଧ ଦୋକାନକୁ ମଲମ ଆଣିବାକୁ ଯାଇଥିଲେ । ହେଲେ ମେଡିସିନ ଷ୍ଟୋର ମାଲିକ ଏହା ଡିଆଁ ରୋଗ କହି ଇଂଜେକ୍ସନ ଦେଲେ ଶୀଘ୍ର ଭଲ ହେବ କହି ଛାତଙ୍କ ଭେନ୍ ରେ ଇଂଜେକ୍ସନ ଦେଇଥିଲେ । ଇଂଜେକ୍ସନ ଦେବାର ୨ ମିନିଟ ପରେ ଛାତ୍ର ଜଣଙ୍କ ଗୁରୁତର ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ ୧୦୮ ସହାୟତାରେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଘଟଣା ପରେ ମେଡ଼ିସିନ ଷ୍ଟୋର ମାଲିକ ମନୋଜ କୁମାର ମହାନ୍ତ ଦୋକାନ ବନ୍ଦ କରି ଫେରାର ହୋଇଯାଇଛି । ସାହାରପଡା ଫାଣ୍ଡି ପୁଲିସ କରଞ୍ଜିଆ ମେଡିକାଲରେ ପହଞ୍ଚି ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । Post navigation ବିଜେଡି ଛାଡିଲେ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ସଭାପତି ଜଳଧର ସାହୁ ମୋହନ ସରକାରଙ୍କୁ ପୁରିଲା ୬ ମାସ