ଗତକାଲି ରାଜ୍ଯର ମୁଖ୍ଯ ପ୍ରଶାସନିକ ସଚିବଙ୍କ ଦ୍ୱାରା ପ୍ରକାଶିତ ଏକ ଚିଠିରେ ସରକାରୀ କର୍ମଚାରୀଙ୍କୁ ଚାପ ନଦେବାକୁ ଚେତାବନୀ ଦେବା ବିଜୁ ଜନତା ଦଳ ତରଫରୁ ପ୍ରଶାସନ ଏବଂ ସରକାରୀ ଦଳର ବିଫଳତା ବୋଲି ବର୍ଣ୍ଣନା କରାଯାଇଥିଲା। ବିଜୁ ଜନତା ଦଳର ମୁଖପାତ୍ର ଶ୍ରୀ ଭୃଗୁ ବକ୍ସିପାତ୍ର ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ମୁଖ୍ଯ ଅଧିବେଶନ ସଚିବଙ୍କ ଚିଠିରୁ ଏହା ସ୍ପଷ୍ଟ ହୋଇଛି ଯେ ବାହାପିଆ କହି କ୍ଷମତାକୁ ଆସିଥିବା ବିଜେପି ସରକାର ସରକାର ପରିଚାଳନା କରିପାରୁ ନାହିଁ। ଶ୍ରୀଯୁକ୍ତ ବକ୍ସିପାତ୍ର କହିଥିଲେ ଯେ ମୁଖ୍ଯ ସଚିବଙ୍କ ଦ୍ୱାରା ପଠାଯାଇଥିବା ଏହି ଚିଠି ସମ୍ଭବତଃ ଇତିହାସରେ ପ୍ରଥମ।

ସରକାରୀ କର୍ମଚାରୀଙ୍କୁ ସେମାନଙ୍କ ପସନ୍ଦଯୋଗ୍ୟ ପୋଷ୍ଟିଂ ପାଇବା ପାଇଁ ବାହ୍ଯ ଚାପ ପ୍ରଯୋଗ କରିବାକୁ ଚେଷ୍ଟା ନକରିବାକୁ ଚେତାବନୀ ଦେଇଥିବା ଚିଠିରେ ପ୍ରକାଶ ପାଇଛି ଯେ ସରକାରୀ କର୍ମଚାରୀମାନେ ପସନ୍ଦଯୋଗ୍ୟ ପୋଷ୍ଟିଂ ପାଇବା ପାଇଁ ବାହ୍ଯ ଚାପ ପ୍ରୟୋଗ କରୁଛନ୍ତି, ଯାହା ଦୁର୍ନୀତିର ସଙ୍କେତ ଦେଉଛି। ଏଠାରେ ପ୍ରଶ୍ନ ଉଠୁଛି, ଏହି ବାହ୍ଯ ଚାପ କଣ ଏବଂ ଏହା କେଉଁଠୁ ଆସୁଛି, ତାହା ସ୍ପଷ୍ଟ ହେବା ଉଚିତ। ଏପରି ଏକ ଚାପ ଯାହା ସରକାରଙ୍କୁ ଦ୍ୱନ୍ଦ୍ୱରେ ପକାଉଛି ଏବଂ ସରକାର ଏହାର ମୁକାବିଲା କରିବାରେ ସକ୍ଷମ ନୁହଁନ୍ତି। ସେ କହିଛନ୍ତି ଯେ ଏହା ସେବା ଆଚରଣ ନିୟମର ଏକ ବ୍ଯତିକ୍ରମ ଏବଂ ଏହି ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି କହିଛନ୍ତି । କିନ୍ତୁ ଆମର ପ୍ରଶ୍ନ ହେଉଛି, ଯଦି ଏଭଳି ନିୟମ ଉଲ୍ଲଙ୍ଘନ ହେଉଛି, ତେବେ କେବଳ ଚେତାବନୀ କାହିଁକି, କାର୍ଯ୍ୟାନୁଷ୍ଠାନ ନେବାରେ ଅସୁବିଧା କେଉଁଠି? ଶାସକ ଦଳର ଜଣେ ବରିଷ୍ଠ ବିଧାୟକ ମଧ୍ଯ ସ୍ୱୀକାର କରିଛନ୍ତି ଯେ ରାଜନେତାମାନେ ସେମାନଙ୍କ ପସନ୍ଦ ଅନୁଯାୟୀ ଅଧିକାରୀ ନିଯୁକ୍ତି ଚାହୁଁଛନ୍ତି ତାହେଲେ ସରକାରୀ ଅଧିକାରୀ ମାନେ କାହିଁକି ନୁହଁ ! ଏପରି ଭାବେ ଭୃଗୁ ପ୍ରଶ୍ନ କରିଛନ୍ତି | ସେ  କହିଥିଲେ ଯେ ଏହି ଚିଠି ସହିତ ସରକାରୀ ଦଳର ଭୂମିକାକୁ ଯୋଡ଼ାଯାଇଥିବା ବେଳେ, ସରକାରଙ୍କ ଅସହାୟତା ସ୍ପଷ୍ଟ ବାରି ହେଉଛି |

By Nirvay

Leave a Reply

Your email address will not be published. Required fields are marked *