ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲା ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ବେଳେ ଆଜି  ମେଜରଙ୍କ ବାନ୍ଧବୀଙ୍କ ନାଁରେ ମାମଲା କଲେ ପୋଲିସ ଅଧିକାରୀଙ୍କ ମା’ । ପୀଡ଼ିତା ଯେଉଁ ମହିଳା ପୋଲିସ ହାତ କାମୁଡ଼ିଥିଲେ ତାଙ୍କ ମା’ଙ୍କ ପକ୍ଷରୁ ଆଜି ମାମଲା ଜାରି ହୋଇଛି । କୋର୍ଟ ଆଦେଶ ଅବମାନନା ନେଇ ମାମଲା କଲେ ପୋଲିସ ଅଫିସରଙ୍କ ମା’ । ଅଭିଯୋଗ ଅନୁସାରେ ମେଜର କିମ୍ବା ବାନ୍ଧବୀଙ୍କ ନାଁ ମିଡ଼ିଆରେ ପ୍ରକାଶ ପାଇଁ ମନା କରିଥିଲେ କୋର୍ଟ କିନ୍ତୁ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଏକ ଜାତୀୟ ଚ୍ୟାନେଲକୁ ଆସିଥିଲେ ପୀଡ଼ିତା । ଜଣେ ବରିଷ୍ଠ ମହିଳା ସାମ୍ବାଦିକଙ୍କୁ ବିସ୍ତୃତ ସାକ୍ଷାତକାର ଦେଇଥିଲେ । ଏହାକୁ ନେଇ ପୋଲିସ୍ ଅଧିକାରୀଙ୍କ  ପରିବାର ମାନସିକ ଚାପରେ ଥିବା ନେଉ ପିଟିସନରେ ଉଲ୍ଲେଖ କରାଯାଇଛି ।

 

Leave a Reply

Your email address will not be published. Required fields are marked *