କଟକ ଜଗତପୁର ଥାନାର ଅତୋଡା ନିକଟ ମହାନଦୀ ପଠା ଜଙ୍ଗଲ ଭିତରେ ଠାବ ହେଲା ଅପମିଶ୍ରିତ କ୍ଷୀର ପ୍ରସ୍ତୁତ କମ୍ପାନୀ । ଅପମିଶ୍ରଣ ଅଭିଯୋଗରେ କଟକରେ ଥିବା ରୋହିଣୀ ନାମକ ଦୁଗ୍ଧ କମ୍ପାନୀରେ ଚଢ଼ାଉ କରିଛି କମିଶନରେଟ ପୋଲିସ ଓ ଖାଦ୍ୟ ନିରାପତ୍ତା ବିଭାଗ । ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ହେଉଥିଲା କ୍ଷୀର। ଚଢ଼ାଉ ବେଳେ ଦୁଗ୍ଧ ପ୍ୟାକେଟ ଭିତରେ ଖାଇବା ଶୋଡ଼ା, କେମିକାଲ, ଦୂଷିତ ଜଳ ଏବଂ ଲୁଣ ମିଶାଯାଇ ପ୍ରସ୍ତୁତ ହେଉଥିଲା କ୍ଷୀର ପ୍ୟାକେଟ ମିଳିଥିବା ସୂଚନା।

ଚଢ଼ାଉ ପରେ ଅପମିଶ୍ରିତ କ୍ଷୀର ପ୍ରସ୍ତୁତ କମ୍ପାନୀକୁ ସିଲ୍ କରାଯାଇ ପ୍ରସ୍ତୁତ ହେଉଥିବା କ୍ଷୀରକୁ ସାମ୍ପଲ ପାଇଁ ପଠାଯାଇଥିବା ସୂଚନା । ଏହି ସହ କମ୍ପାନୀର ମାଲିକଙ୍କୁ ଅଟକ ରଖି ଅଧିକ ଖୋଳତାଡ଼ କରୁଛି ପୋଲିସ । କେବଳ କ୍ଷୀର ନୁହେଁ ଦହି ଏବଂ ଲସି ମଧ୍ୟ ଏଠାରେ ପ୍ରସ୍ତୁତ କରାଯାଇ କଟକ, କେନ୍ଦ୍ରାପଡା, ଯାଜପୁର, ପୁରୀ ସହ ବିଭିନ୍ନ ଜିଲ୍ଲାକୁ ଏହା ବିକ୍ରୟ ପାଇଁ ପଠା ଯାଉଥିଲା । ତେବେ ଏନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି। ଏହି ପ୍ରଡକ୍ଟ ଯେଉଁ ଯେଉଁ ଆଡ଼େ ବିକ୍ରି ହୋଇଛି ତାହା ଉପରେ ପୋଲିସ ଅନୁଧାନ କରୁଛି ବୋଲି କଟକ ଏସି ସି ପି ଅନିଲ କୁମାର ମିଶ୍ର ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *