ଶିଖର ଧାୱନଙ୍କ କ୍ରିକେଟ ଯାତ୍ରାର ପଡ଼ିଲା ପୂର୍ଣ୍ଣଚ୍ଛେଦ । ଭାରତୀୟ କ୍ରିକେଟର ଶିଖର ଧାୱନ ଅନ୍ତର୍ଜାତୀୟ ତଥା ଘରୋଇ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ।୩୪ଟି ଟେଷ୍ଟ, ୧୬୭ଟି ଦିନିକିଆ ଖେଳିଛନ୍ତି ଧାୱନ । ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇ ସେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଏକ ଭିଡିଓ ପୋଷ୍ଟ କରି ସେ ନିଜ ଅବସର ସମ୍ପର୍କରେ ଫ୍ୟାନ୍ସମାନଙ୍କୁ ଜଣାଇଛନ୍ତି । କ୍ରିକେଟରୁ ବିଦାୟ ନେଉଥିବାବେଳେ ସେ ବିଶେଷ କରି ତାଙ୍କ ପରିବାର, ପିଲାଦିନର କୋଚ୍, ଟିମ୍ ଇଣ୍ଡିଆ ଏବଂ ବିସିସିଆଇକୁ ଧନ୍ୟବାଦ ଜଣାଇଛନ୍ତି । ଅବସର ଘୋଷଣା କରି ଧାୱନ କହିଛନ୍ତି, ଆଜି ମୁଁ ଏମିତି ଏକ ମୁହୂର୍ତ୍ତରେ ଛିଡ଼ା ହୋଇଛି ଯେଉଁଠାରୁ ମୁଁ ପଛକୁ ଚାହିଁ ଅନେକ ସ୍ମୃତି ଦେଖୁଛି ଏବଂ ଯେତେବେଳେ ମୁଁ ଆଗକୁ ଚାହେଁ, ସମଗ୍ର ଦୁନିଆ । ଭାରତ ପାଇଁ ଖେଳିବାମୋର ସବୁବେଳେ ସମାନ ଗନ୍ତବ୍ୟ ସ୍ଥଳ ଥିଲା ଏବଂ ଏହା ତାହା ହୋଇଥିଲା | ଏଥିପାଇଁ ମୁଁ ଅନେକ ଲୋକଙ୍କୁ, ମୋ ପରିବାର, ମୋ ପିଲାଦିନର ପ୍ରଶିକ୍ଷକ ତାରିକ୍ ସିହ୍ନା, ମଦନ ଶର୍ମାଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି, ଯେଉଁମାନଙ୍କ ଅଧୀନରେ ମୁଁ କ୍ରିକେଟ୍ ଶିଖିଥିଲି। ତା’ପରେ ମୋ ଟିମ୍ ଯେଉଁମାନଙ୍କ ସହ ମୁଁ ବର୍ଷ ବର୍ଷ ଧରି ଖେଳିଥିଲି। ମୁଁ ଏକ ନୂଆ ପରିବାର ପାଇଲି । ନାଁ ମିଳିଲା, ତାସହ ବହୁତ ଭଲ ପାଇବା ମିଳିଲା । ୫ ଡିସେମ୍ବର ୧୯୮୫ ମସିହାରେ ଜନ୍ମଗ୍ରହଣ କରିଥିବା ଭାରତୀୟ କ୍ରିକେଟର ଶିଖର ଧାୱନ ଜଣେ ବାମହାତି ବ୍ୟାଟ୍ସମ୍ୟାନ ଓ କାମଚଳା ଡାହାଣହାତୀ ଅଫ ବ୍ରେକ ବୋଲର । ୧୭ ଏବଂ ୧୯ ବର୍ଷରୁ କମ ବିଶ୍ୱକପ ଦଳରେ ସେ ସଦସ୍ୟ ଥିଲେ । ଦିଲ୍ଲୀ ପାଇଁ ସେ ୨୦୦୪ରେ ପ୍ରଥମେ ରଣଜୀ ମ୍ୟାଚ ଖେଳିଥିଲେ । ଶିଖର ତାଙ୍କର ପ୍ରଥମ ଦିନିକିଆ ଆନ୍ତର୍ଜାତୀୟ ଅକ୍ଟୋବର ୨୦୧୦ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ । ମାର୍ଚ ୨୦୧୩ରେ ସେ ସେହି ଦଳ ବିପକ୍ଷରେ ନିଜର ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ । Post navigation ପାକିସ୍ତାନ ସୀମାରେ ଖସିପଡ଼ିଲା ଭାରତୀୟ ସେନା ୟୁଏଭି ଓଡ଼ିଶାର ନାରୀଶକ୍ତିଙ୍କ ହାତମୁଠା ଅଧିକ ମଜଭୁତ ହେବ: ଧର୍ମେନ୍ଦ୍ର ପ୍ରଧାନ