୫ସ୍ତ୍ରୀଙ୍କ ସ୍ୱାମୀ ଓ ୯୯ ପ୍ରେମିକା ଥିବା ସତ୍ୟଜିତ ସାମଲକୁ ପୁଣି ରିମାଣ୍ଡରେ ଆଣିବ କମିଶନରେଟ୍ ପୋଲିସ । ସତ୍ୟଜିତ ସାମଲକୁ ଅଧିକ ପଚରାଉଚରା ଓ ଅଧିକ ତଥ୍ୟ ବାହାର କରିବା ପାଇଁ ପୁଣି ୫ ଦିନ ରିମାଣ୍ଡରେ ଆଣିବ କମିଶନରେଟ୍ ପୋଲିସ । ନିଜକୁ ପାଇଲଟ, ସିବିଆଇ ଓ କ୍ରାଇମ୍ ବ୍ରାଞ୍ଚ ଅଧିକାରୀର ପରିଚୟ ଦେଇ ସୋସିଆଲ ମିଡିଆରେ ଏକାଧିକ ମହିଳାଙ୍କ ସହ ସେ ସମ୍ପର୍କ ରଖି ମହିଳାଙ୍କୁ ପ୍ରେମଜାଲରେ ଫସାଇବା ପରେ ବ୍ଲାକମେଲ କରୁଥିବା ଏହି ଠକ ପ୍ରେମିକର କେଳେଙ୍କାରୀର ଆହୁରି ଖୋଲିବ ଗୁମର।

ଆସନ୍ତା କାଲିଠାରୁ ୫ ଦିନ ରିମାଣ୍ଡରେ ଆସିବ ସତ୍ୟଜିତ ସାମଲ। ୧୦ ଦିନ ରିମାଣ୍ଡ ଆବେଦନ ହୋଇଥିଲା କିନ୍ତୁ ୫ ଦିନ ପାଇଁ କୋର୍ଟଙ୍କ ଅନୁମତି ମିଳିଛି ।ପୂର୍ବରୁ ରଙ୍ଗିଲା ସତ୍ୟକୁ ୨ ଦିନ ରିମାଣ୍ଡରେ ଆଣିଥିଲା ପୋଲିସ କିନ୍ତୁ ଦିନକୁ ଦିନ ଅଧିକ ତଥ୍ଯ ସାମ୍ନାକୁ ଆସୁଥିବାରୁ ପୁଣି ରିମାଣ୍ଡରେ ନେବାକୁ ଆବେଦନ କରିଥିଲା କମିଶନରେଟ୍ ପୋଲିସ ।

ଅନ୍ୟପଟେ ଆଜି ସତ୍ୟଜିତ ନାଁରେ ପୁଣି ଠକେଇ ଅଭିଯୋଗ ଆସିଛି । ଅଭିଯୋଗ ଆଣିଛନ୍ତି ବ୍ରହ୍ମପୁରର ଜଣେ ଯୁବତୀ । ଯୁବତୀଙ୍କଠାରୁ ୧ ଲକ୍ଷ ୬୦ ହଜାର ଟଙ୍କା ଠକିଛି ମଜନୁ ସତ୍ୟଜିତ ବୋଲି ଜଣାପଡିଛି । ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *