ପୁଣି ରାଜ୍ୟରେ ବଦଳିପାରେ ହାଇସ୍କୁଲ ପିଲାଙ୍କ ୟୁନିଫର୍ମ । ହାଇସ୍କୁଲ ପିଲାଙ୍କ ୟୁନିଫର୍ମ ରଙ୍ଗ ବଦଳିବା ନେଇଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ସେ କହିଛନ୍ତି ପ୍ରାଇମେରୀ ସ୍କୁଲ ପିଲାଙ୍କ ୟୁନିଫର୍ମ ରଙ୍ଗ ଯେପରି ଅଛି, ସେହିପରି ରହିବ । ହେଲେ ହାଇସ୍କୁଲ ପିଲାଙ୍କ ୟୁନିଫର୍ମ ରଙ୍ଗ ପରିବର୍ତ୍ତନ କରାଯାଇପାରେ । ଏନେଇ ଆଲୋଚନା କରାଯାଉଛି । ସୂଚନାଥାଉ କି, ୨୦୨୩ରେ ନୂଆ ଶିକ୍ଷାବର୍ଷ ସହ ନବମ ଓ ଦଶମ ପିଲାଙ୍କ ୟୁନିଫର୍ମ ବଦଳିଥିଲା । ସର୍ବଶିକ୍ଷା ଅଭିଯାନରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମାଗଣା ପୋଷାକ ଓ ଜୋତା ମିଳୁଥିବାବେଳେ ମୁଖ୍ୟମନ୍ତ୍ରୀ ପରିଧାନ ଯୋଜନାରେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମାଗଣା ୟୁନିଫର୍ମ ମିଳିଲା। ୫୫୦ ଟଙ୍କାରେ ହଳେ ପୋଷାକ, ଜୋତା ଓ ମୋଜା ଯୋଗାଇ ଦିଆଗଲା। ହେଲେ ପିଲାଙ୍କ ପୋଷାକର ରଙ୍ଗକୁ ନେଇ ଦେଖା ଦେଇଥିବା ବିବାଦ। ସେତେବେଳେ ସରକାରରେ ଥିବା ରାଜନୈତିକ ଦଳର ରଙ୍ଗ ସହ ପିଲାଙ୍କ ପୋଷାକର ରଙ୍ଗ ସମାନ ବୋଲି ଅଭିଯୋଗ ଉଠାଇଥିଲେ ବିରୋଧୀ। Post navigation ଲକ୍ଷ୍ମୀ ବସ୍ ନାଁ ବଦଳାଯାଇ ରଖାଯିବ ମୁଖ୍ୟମନ୍ତ୍ରୀ ବସ୍ ସେବା ଜେପି ନଡ୍ଡାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଦୁଇ ଉପ ମୁଖ୍ୟମନ୍ତ୍ରୀ