ଆଜି ବିଜେଡି ନେତା ପ୍ରଣବ ପ୍ରକାଶ ଦାଶଙ୍କ ସରକାରୀ ବାସଭବନ ଭଙ୍ଗା ଚାଲିଛି। କ୍ୱାର୍ଟର୍ସ ପରିସରରେ ହୋଇଥିବା ଅଣ୍ଡର ଗ୍ରାଉଣ୍ଡ ଭଙ୍ଗାଯାଉଛି। ତେବେ କେଉଁ ଉଦ୍ଦେଶ୍ୟରେ ପ୍ରଣବ କୋଟି କୋଟି ଟଙ୍କାରେ ନିର୍ମାଣ କରିଥିବା ବାସଭବନରେ ଅଣ୍ଡର ଗ୍ରାଉଣ୍ଡକୁ ଭାଙ୍ଗିଦିଏ ଯାଉଛି ତାହାକୁ ନେଇ ଚାରିଆଡ଼େ ପ୍ରଶ୍ନବାଚ ଉଠୁଥିବା ବେଳେ ଏହାକୁ ନେଇ ବବି ମୁହଁ ଖୋଲିଛନ୍ତି। ସେ କହିଛନ୍ତି ନିୟମ ଅନୁସାରେ ଘର ଯେମିତି ନେଇଥିଲି ସେମିତି ଫେରାଇବି । ଯେହେତୁ ସମ୍ପାଦକ ଥିଲି ଅନେକ ଲୋକ ଆସୁଥିଲେ । ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ଏହାର ବ୍ୟବସ୍ଥା ହୋଇଥିଲା । ଘର ଛାଡ଼ିବା ପାଇଁ ୧୫ ତାରିଖ ଯାଏ ସମୟ ଅଛି । ୧୫ ପୂର୍ବରୁ ନିୟମ ଅନୁସାରେ ଘର ଫେରାଇବି।

Leave a Reply

Your email address will not be published. Required fields are marked *