ସାମ୍ବାଦିକ ସମ୍ମିଳନୀ କରି ବିକାଶ ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ କରିଛନ୍ତି ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ । ସେ କହିଛନ୍ତି କହିଲେ ‘ସବୁଥିରେ ଓଡ଼ିଶା ପଛରେ, ମିଛ ତଥ୍ୟରେ ବିଜେଡି କହୁଛି ଓଡିଶା ଏକ ନମ୍ବର। ନବୀନ ପଟ୍ଟନାୟକ ଏକ ନମ୍ବର।

ସେ କହିଛନ୍ତି ସଫ୍ଟଓୟାର ହବ ଓଡ଼ିଶା ବୋଲି କହୁଛନ୍ତି, ହେଲେ ଦେଶରେ ୨ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହେଉଥିବା ବେଳେ ଓଡ଼ିଶା ମାତ୍ର ୫ ହଜାର କୋଟିର କାରବାର କରୁଛି। ଚିନି ଉତ୍ପାଦନରେ ଓଡ଼ିଶା ପ୍ରଥମ ୧୫ଟି ରାଜ୍ୟ ଭିତରର ଆସୁନାହିଁ। ମିଲେଟ ମିଶନରେ ଦୁଇ ହଜାର କୋଟି ହୋଇଛି, କିନ୍ତୁ ମିଲେଟ ଉତ୍ପାଦନରେ ଛୋଟ ରାଜ୍ୟ ଆଗରେ ହେଲେ ଏବେ ବି ଓଡ଼ିଶା ପଛରେ।ବିଜେଡି ବିକାଶର ଚିତ୍ର ମିଥ୍ୟା ତଥ୍ୟ ଉପରେ ଆଧାରିତ। ମାତୃ ଶିଶୁ ମୃତ୍ୟ ହାରରେ ଜାତୀୟ ଆଭରେଜଠୁ ପଛରେ। ଡ୍ରପ ଆଉଟ ହାର ରାଜ୍ୟରେ ୫୦ ପ୍ରତିଶତ।

ସେ ଆହୁରି ମଧ୍ୟ କହିଛନ୍ତି, ନୀତିଆୟୋଗ ରିପୋର୍ଟୱେବ ତଥ୍ୟ ମିଳିଛି ଚାଷୀ ଆୟରେ ତଳ ଆଡ଼ୁ ୨ ନମ୍ବରରେ ଓଡ଼ିଶା। ବେରୋଜଗାରିରେ ଓଡ଼ିଶା ଏକ ନମ୍ବର। ୪୧ ପ୍ରତିଶତ ଯୁବକଙ୍କ ପାଇଁ ଚାକିରି ନାହିଁ। ସ୍ୱାସ୍ଥ୍ୟ ସୂଚକାଙ୍କରେ ୧୪ନମ୍ବରରେ ଓଡ଼ିଶା। ସାମାଜିକ କ୍ଷେତ୍ରରେ ଓଡ଼ିଶା ୩୨ ନମ୍ବର ରାଜ୍ୟ। ରାଜ୍ୟରେ୪୮ ପ୍ରତିଶତ ଆଦିବାସୀ ନିରକ୍ଷର। ସହରାଞ୍ଚଳ ବିକାଶରେ ନୀତି ଆୟୋଗ ରିପୋର୍ଟରେ ଓଡ଼ିଶାର କୌଣସି ସହର ନାହିଁ। ଇଜ ଅଫ ଡୁଇଂ ବିଜିନେସରେ ୨୯ ନମ୍ବରରେ ଓଡ଼ିଶା। ରପ୍ତାନି କ୍ଷେତ୍ରରେ୧୬ ନମ୍ବରରେ ଓଡ଼ିଶା। ପର୍ଯ୍ୟଟନ କ୍ଷେତ୍ରରେ ଘରୋଇ ଓଡ଼ିଶା ୨୧ନମ୍ବର। ପ୍ରତି ବର୍ଷ ମାତ୍ର ୨୨ ହଜାର ପର୍ଯ୍ୟଟକ ଓଡ଼ିଶା ଆସୁଛନ୍ତି। ଏଣେ ଜଳ ସମ୍ପଦ ସୁପରିଚାଳନାରେ ୧୭ଟି ରାଜ୍ୟରୁ ଓଡ଼ିଶା ୧୪ ନମ୍ବରରେ। ଅକ୍ଷୟ ଶକ୍ତିରେ ଓଡ଼ିଶା ୧୪ ନମ୍ବରରେ। ଦରଦାମ ବୃଦ୍ଧି ନେଇ ଓଡ଼ିଶାରେ ମୁଦ୍ରାସ୍ପୀତି ହାର ସର୍ବାଧିକ। ବିଦେଶ ପୁଞ୍ଜି ନିବେଶରେ ୧୯ ନମ୍ବରରେ ଅଛି ଓଡ଼ିଶା।

Leave a Reply

Your email address will not be published. Required fields are marked *