ଆସନ୍ତା ୨୫ ତାରିଖରେ ହେବାକୁ ଯାଉଛି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଭୁବନେଶ୍ବରରେ ନିର୍ବାଚନ ପାଇଁ ୨୩ ତାରିଖ ସନ୍ଧ୍ୟାରେ ପ୍ରଚାର ଶେଷ ହେବାକୁ ଥିବା ବେଳେ ୨୫ରେ ମତଦାନ ହେବ । ତେବେ ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଏନେଇ ସୁରକ୍ଷା କଡ଼ା କରିଛି କମିଶନରେଟ୍ ପୋଲିସ।

ଆଜିଠାରୁ ରାଜଧାନୀରେ ହେବ ଫ୍ଲାଗ ମାର୍ଚ୍ଚ । କଡାକଡି ହେବ ଯାଞ୍ଚ ପ୍ରକ୍ରିୟା । ସମ୍ବେଦନଶୀଳ ଅଞ୍ଚଳରେ କେନ୍ଦ୍ରୀୟ ଫୋର୍ସ ସହ ରାଜ୍ୟ ପୋଲିସ ମୁତୟନ ହେବେ ।

ଭୁବନେଶ୍ୱର ସମେତ ୬ ଲୋକସଭା କ୍ଷେତ୍ରରେ ହେବ ମତଦାନ। ଓଡ଼ିଶାରେ ହୋଇଥିବା ଦୁଇଟି ନିର୍ବାଚନରେ ଅଧିକାଂଶ ସ୍ଥାନର ହିଂସା ଦେଖାଦେଇଥିବା ବେଳେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ତାକୁ କଡ଼ାକଡ଼ି କରାଯାଇଛି।

ପୋଲିସ କମିଶନରଙ୍କ ସୂଚନା ଅନୁସାରେ,ରାଜ୍ୟରେ ମୋଟ ୧୧୩୨ଟି ବୁଥରେ ମତଦାନ ହେବ । ରାଜଧାନୀରେ ୫ଟି ନିର୍ବାଚନ ମଣ୍ଡଳୀରେ ମୋଟ ୪୮୮ଟି ସ୍ଥାନରେ ୧୧୩୨ଟି ପୁଲିଂ ବୁଥ ରହିଛି । ଯେଉଁଥିରେ ୧୫୨ଟି ସମ୍ବେଦନଶୀଳ ବୁଥ ରହିଛି । ତେବେ ସବୁ ସମ୍ବେଦନଶୀଳ ବୁଥରୁ ଓ୍ବେବକାଷ୍ଟି ପାଇଁ ନିଷ୍ପତ୍ତି ନିଆଯାଇଛି । ୫୨୫ ବୁଥରେ ଲାଇଭ ଷ୍ଟ୍ରିମିଂ ହେବ ।

ଏନେଇ ପୋଲିସ କମିସନର ସଞ୍ଜୀବ ପଣ୍ଡା ସୂଚନା ଦେଇ କହିଛନ୍ତି, “ନିର୍ବାଚନ ପାଇଁ ସୁରକ୍ଷା ବଳୟରେ ରହିବ ଭୁବନେଶ୍ୱର । ମୋଟ ୧୧୩୨ ବୁଥରେରେ ପୋଲିସ ଛାଉଣୀରେ ଭୋଟ ଗ୍ରହଣ ହେବ । ଅବାଧ ନିରପେକ୍ଷ ଓ ଶାନ୍ତିଶୃଙ୍ଖଳାର ସହ ଭୋଟ ଗ୍ରହଣ ପାଇଁ ସୁରକ୍ଷା କସରତ ହୋଇଛି । ଏହାରି ଭିତରେ ବିଶେଷ କରି ୪୨୧ ଟି ସଖି ବୁଥ କରାଯାଇଛି । ଯେଉଁଥିରେ କେବଳ ମହିଳା କର୍ମଚାରୀ ବୁଥ ପରିଚାଳନା ଦେଖିବାକୁ ମିଳିବ । ପ୍ରିଜାଇଡିଃ ଅଫିସର ଠୁ ଆରମ୍ଭ କରି ପୋଲିଙ୍ଗ ଅଫିସର ଏବଂ ସଶସ୍ତ୍ର ମହିଳା ପୋଲିସ ମଧ୍ୟ ଡ୍ୟୁଟିରେ ରହିବେ । ଏଥି ମଧ୍ୟରୁ ୧୫୨ଟି ସମ୍ବେଦନଶୀଳ ବୁଥକୁ ଚିହ୍ନଟ କରାଯାଇଥିବା ବେଳେ ସେସବୁ ବୁଥରୁ ଓ୍ବେବ କ୍ୟାମ ଜରିଆରେ ସିଧା ଚିତ୍ର କଣ୍ଟ୍ରୋଲ ରୁମରୁ ମନିଟର ହେବ ।”

ଭୁବନେଶ୍ୱର ମଧ୍ୟରେ ୫୦ଟି ସ୍ଥାନରେ ୨୦୦ଟି ବୁଥ ରହିଛି । ଏଥିରେ ମହିଳା କର୍ମଚାରୀ ନିୟୋଜିତ ହେବେ। ଭୁବନେଶ୍ୱର ଉତ୍ତରରେ ୮୪ଟି ସ୍ଥାନରେ ୨୫୪ଟି ପୁଲିଂ ବୁଥ ରହିଛି । ଭୁବନେଶ୍ୱର ଏକାମ୍ରରେ ୭୪ଟି ସ୍ଥାନରେ ୨୩୭ଟି ପୁଲିଂ ବୁଥ ରହିଥିବା ବେଳେ ଜଟଣୀ ରେ ୧୧୧ଟି ସ୍ଥାନ ରେ 205 ଟି ପୁଲିଂ ବୁଥ ରହିଛି । ୨୦୫ଟି ବୁଥ ରେ ୱେବ କାଷ୍ଟିଂ କରାଯିବ ।

Leave a Reply

Your email address will not be published. Required fields are marked *