ଭୁବନେଶ୍ୱର : ବିଜେପି ଫୋକସ୍‌ରେ ଓଡ଼ିଶା। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ଆଉ ଦିନ କେଇଟା ପରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ଏହାରି ଭିତରେ ବିଜେପିର ହେଭିୱେଟ୍ ନେତା ଓଡ଼ିଶା ଗସ୍ତରେ ଆସୁଛନ୍ତି। ତେବେ ନିର୍ବାଚନ ପ୍ରଚାର ପାଇଁ ଓଡ଼ିଶାରେ ଅଛନ୍ତି ବଲିଉଡ୍ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ହେମାମାଳିନୀ । ସେ କାଲି ଭୁବନେଶ୍ୱରର ସାଲିଆ ସାହି ବିଜେପି ଆଶୀର୍ବାଦ ସମାବେଶରେ ଯୋଗ ଦେବା ସହ କଟକ ରେ ମଧ୍ୟ ଯୋଗ ଦେଇଥିଲେ ।
ଆଜି ହେମାମାଳିନୀ ବରଗଡର ବାରକୋଟରେ ବିଶାଳ ଜନ ସମାବେଶ ରେ ଯୋଗ ଦେଇ ସମ୍ବଲପୁର ପ୍ରାର୍ଥୀ ଧର୍ମନ୍ଦ୍ରେ ପ୍ରଧାନ ଏବଂ ପ୍ରାର୍ଥୀ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ପାଇଁ ପ୍ରଚାର କରିଥିଲେ । ଏହା ସହ ଅନୁଗୋଳ ଜିଲ୍ଲାର ପାଲଲହଡା ବିଧାନସଭା ନିର୍ବାଚନ ମଣ୍ଡଳୀର ପାଲଲହଡା ଠାରେ ବିଜେପିର ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ମଥୁରା ଲୋକସଭା ପ୍ରାର୍ଥୀ ତଥା ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ହେମାମାଳିନୀ ଯୋଗ ଦେଇଥିଲେ । ଏଠାରୁ ଢେଙ୍କାନାଳ ସାଂସଦ ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ଏବଂ ପାଲଲହଡା ବିଧାୟକ ପ୍ରାର୍ଥୀ ଅଶୋକ ମହାନ୍ତିଙ୍କୁ ବିପୁଳ ଭୋଟ ଦେଇ ବିଜୟୀ କରାଇବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ ଡ୍ରିମଗର୍ଲ ହେମା । ଏହାଛଡା ଓଡିଶାରୁ ଏଭଳି ଏକ ଭ୍ରଷ୍ଟାଚାର ଶାସନ ହଟାଇବା ସହ କେନ୍ଦ୍ରରେ ମୋଦିଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ କରାଇବାକୁ ଭୋଟର ମାନଙ୍କୁ ଅନୁରୋଧ କରିଥିଲେ ।

By SonaliP

Leave a Reply

Your email address will not be published. Required fields are marked *