ଭୁବନେଶ୍ୱର  : ଆସନ୍ତା ସୋମବାର ରାଜ୍ୟରେ ହେବ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ । ୟେ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରୁ ଜବତ ହୋଇ ସାରିଲାଣି ୧୭ କୋଟି ୧୮ ଲକ୍ଷ ଟଙ୍କା । ଖାଲି ଟଙ୍କା ନୁହେଁ ଗଞ୍ଜେଇ, ବ୍ରାଉନସୁଗର ଆଦି ଡ୍ରଗସ୍ ଓ ସୁନା ଗହଣା ଆଦି ଜବତ ହୋଇଛି। ସମୁଦାୟ ଜବତ ଜନିଷର ମୂଲ୍ୟ ୨୫୪ କୋଟି ଟଙ୍କା।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳଙ୍କ ସୂଚନା ଅନୁସାରେ ବରଗଡ଼ରେ ୧ କୋଟି ୨୬ ଲକ୍ଷ ଟଙ୍କା, ସୁନ୍ଦରଗଡ଼ରେ ୪୦ ଲକ୍ଷ, ବଲାଙ୍ଗୀରରେ ୩୫ ଲକ୍ଷ, କନ୍ଧମାଳ ୩୬ ଲକ୍ଷ ଓ ଆସ୍କାରୁ ୧୩ ଲକ୍ଷ ଟଙ୍କାର କ୍ୟାସ ଜବତ ହୋଇଛି । ବରଗଡ଼ରୁ କେବଳ ୮୦ ଲକ୍ଷ ଟଙ୍କାର ମଦ ଜବତ ହୋଇଛି। ଏକ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ଧଳା ଏହି ସୂଚନା ଦେଇଛନ୍ତି ।

By SonaliP

Leave a Reply

Your email address will not be published. Required fields are marked *