ଖଣ୍ଡପଡ଼ା ରାଜନୀତିରେ ନୂଆ ସମୀକରଣ। ବିଜେଡି ବିରୋଧରେ ମେଳି ବାନ୍ଧୁଛନ୍ତି ବିଦ୍ରୋହୀ। ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଭେଟିଲେ ଅନୁଭବ ପଟ୍ଟନାୟକ ଓ ଗୟାଧର ପରିଡା। ବିଜେଡି ଟିକେଟ୍ ଆଶାୟୀ ଥିଲେ ଉଭୟ ଅନୁଭବ ଓ ଗୟାଧର। ତେବେ ଦଳ ସାବିତ୍ରୀ ପ୍ରଧାନଙ୍କ ନାମ ଘୋଷଣା କରିବା ପରେ ଉଭୟ ବିଜେଡି ଛାଡିଥିଲେ।
ଏହାପରେ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ସ୍ଵାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି। ମହାମେଣ୍ଟ ନେଇ ସୋସିଆଲ ମିଡିଆରେ ତିନିଜଣଙ୍କ ସାକ୍ଷାତ ସମୟର ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି ଅନୁଭବ ପଟ୍ଟନାୟକ। ଏହାସହ ସେ ଲେଖିଛନ୍ତି,’ଆମେ ଲଢ଼ିବା ଶ୍ରେଷ୍ଠ ଖଣ୍ଡପଡ଼ା ଗଢିବା, ଆସନ୍ତୁ ଆମେ ସମସ୍ତେ ଏକାଠି ହବା ଗଞ୍ଜେଇ ବେପାରୀ, ହତ୍ୟା ଅଭିଯୁକ୍ତଙ୍କ ଧର୍ମପତ୍ନୀଙ୍କୁ ଖଣ୍ଡପଡ଼ାରେ ହରେଇ ଖଣ୍ଡପଡ଼ା ମାଟିର ଶିକ୍ଷିତ, ଯୋଗ୍ୟ ଯୁବକକୁ ଭୋଟ ଦେଇ ଖଣ୍ଡପଡ଼ା ମାଟିରେ ସୁଶାସନ ପ୍ରତିଷ୍ଠା କରିବା।
ତେବେ ଏହି ପୋଷ୍ଟ ଏବେ ଓଡ଼ିଶା ରାଜନୀତିରେ ହଇଚଇ ସୃଷ୍ଟି କରିଛି। ସୂଚନା ଯୋଗ୍ୟ ଯେ, ସୌମ୍ୟ ଘସିପୁରାରୁ ସ୍ଵାଧୀନ ଭାବରେ ନିର୍ବାଚନ ଲଢ଼ିବା ନେଇ ଦୁଇଦିନ ତଳେ ଘୋଷଣା କରିସାରିଛନ୍ତି।