ରାଜ୍ୟରେ ପାଣିପାଗ ବିଭାଗ ଆଜି ପ୍ରେସ ମିଟ ପରେ ସୂଚନା ଦେଇଛନ୍ତି ଯେ ଓଡ଼ିଶାରେ ସ୍ବାଭାବିକ ଠାରୁ କମ୍ ବର୍ଷା ସମ୍ଭାବନା। ଚଳିତବର୍ଷ ଓଡ଼ିଶାରେ କମ୍ ବର୍ଷା ନେଇ IMDର ଆକଳନ କରିଛି। ଓଡ଼ିଶା ସହ ଛତିଶଗଡ଼,ପଶ୍ଚିମବଙ୍ଗରେ ମଧ୍ୟ ହେବ ନିଅଣ୍ଟିଆ ବର୍ଷା। ସୂଚନା ଅନୁଯାୟୀ ଉତ୍ତର-ପୂର୍ବ ରାଜ୍ୟ ଗୁଡ଼ିକରେ ମଧ୍ୟ କମ୍ ବର୍ଷା ସମ୍ଭାବନା ରହିଛି।ଏଲ୍ ଲିନୋ ବିଦାୟ ନେଉଥିବାବେଳେ ଲା ନିନୋ ଆସିବାର ଆଶଂକା ଯୋଗୁଁ ଅଧିକ ବର୍ଷା ହେବା ସମ୍ଭାବନା ରହିଛି।୧୦୬ ପ୍ରତିଶତ ବର୍ଷା ନେଇ IMDର ପୂର୍ବାନୁମାନ କରିଛି।