ଆଜି ପଦ୍ମ ଧରିଲେ ପ୍ରଭାସ ସିଂ । କିଛି ଦିନ ତଳେ ବିଜେଡିରୁ ଇସ୍ତଫା ଦେଇଥିଲେ ବରଗଡ଼ର ପୂର୍ବତନ ସାଂସଦ । ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ କେନ୍ଦ୍ରୀୟ ନେତାଙ୍କ ଉପସ୍ଥିତିରେ ଯୋଗ ଦେଇଛନ୍ତି ପ୍ରଭାସ ସିଂ । ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ବରଗଡ଼ର ସାଂସଦ ଥିଲେ ପ୍ରଭାସ ସିଂ। ବରଗଡ଼ ଜିଲ୍ଲା ବିଜେଡି ସଭାପତି ଥିଲେ ପ୍ରଭାସ ।

୨୦୧୯ରେ ମଧ୍ୟ ସେ ଟିକେଟ ଆଶାୟୀ ଥିଲେ। କିନ୍ତୁ ଦଳ ପ୍ରସନ୍ନ ଆଚାର୍ଯ୍ୟଙ୍କ ଉପରେ ଭରସା କରିଥିଲା। ପ୍ରସନ୍ନ ସେଠାରୁ ପରାସ୍ତ ହୋଇଥିବାରୁ ଏଥର ଟିକେଟ ମିଳିବ ବୋଲି ଆଶା ରଖିଥିଲେ ପ୍ରଭାସ ସିଂହ। ହେଲେ ଦଳ ପରିଣୀତା ମିଶ୍ରଙ୍କୁ ଟିକେଟ ଦେଇଥିଲା ।

ବରଗଡ଼ ଲୋକସଭା ଆସନ ପାଇଁ ବିଜେପି ପୂର୍ବତନ ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଛି। ଗତଥର ଏହି ଆସନରୁ ଦଳ ସୁରେଶ ପୂଜାରୀ ବିଜୟୀ ହୋଇଥିଲେ। ସୁରେଶ ଏଥର ବ୍ରଜାରଜନଗରରୁ ବିଧାନସଭା ନିର୍ବାଚନ ପାଇଁ ପ୍ରତିଦ୍ବନ୍ଦିତା କରୁଛନ୍ତି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *