ଝାଡ଼ଖଣ୍ଡର ରାମଗଡ଼ ଜିଲ୍ଲାରେ ରବିବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଝାଡ଼ଖଣ୍ଡର ରାମଗଡ଼ ଜିଲ୍ଲା ଅନ୍ତର୍ଗତ ରାଞ୍ଚି-ପାଟନା ମୁଖ୍ୟ ରାସ୍ତାର ପେଙ୍କି ନିକଟରେ ଏହି ଦୁର୍ଘଟଣା ଘଟିଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଖବର ସାମ୍ନାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠି (PMNRF)ରୁ ଆର୍ଥିକ ସହାୟତା ଘୋଷଣା କରାଯାଇଛି । ଘୋଷଣା ମୁତାବକ, ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ । ସୂଚନା ଅନୁଯାୟୀ, ବିହାର ଅଞ୍ଚଳରୁ ୧୪ ଜଣ ଯାତ୍ରୀ ଏକ ସ୍କର୍ପିଓ ଗାଡ଼ିରେ ରଜରପ୍ପା ସ୍ଥିତ ମା’ ଛିନ୍ନମସ୍ତିକା ମନ୍ଦିରକୁ ପୂଜାର୍ଚ୍ଚନା କରିବା ଉଦ୍ଦେଶ୍ୟରେ ଯାଉଥିଲେ । ମାତ୍ର ଗନ୍ତବ୍ୟସ୍ଥଳ ପୂର୍ବରୁ ପେଙ୍କି ନିକଟରେ ଗାଡ଼ିଟି ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ।ଏହି ଦୁର୍ଘଟଣାର ତୀବ୍ରତା ଏତେ ଥିଲା ଯେ ଘଟଣାସ୍ଥଳରେ ହିଁ ୧୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକଙ୍କ ମଧ୍ୟରେ ଛୋଟ ଶିଶୁ ଏବଂ ଜଣେ ମହିଳା ମଧ୍ୟ ସାମିଲ ଅଛନ୍ତି। Post navigation Delimitation, Women’s Reservation Bills: ସୀମା ନିର୍ଦ୍ଧାରଣ ଓ ମହିଳା ସଂରକ୍ଷଣ ବିଲ୍ର ବ୍ୟବସ୍ଥାଗୁଡ଼ିକୁ ଯାଞ୍ଚ କରିବା ପରେ ନିଷ୍ପତ୍ତି ନେବ ବିଜେଡି: ମାନସ ମଙ୍ଗରାଜ Odisha BJP’s Key Office-Bearers’ Meeting: ଆଜି ବସିବ ରାଜ୍ୟ ବିଜେପି ପଦାଧିକାରୀ ବୈଠକ