ସଂସଦରେ ସୀମା ପୁନଃନିର୍ଦ୍ଧାରଣ ଏବଂ ମହିଳା ସଂରକ୍ଷଣ ସଂଶୋଧନ ବିଲ୍ ପ୍ରସଙ୍ଗରେ ବିଜୁ ଜନତା ଦଳର ଆଭିମୁଖ୍ୟ ସ୍ପଷ୍ଟ। ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗରେ ଦଳ କୌଣସି ସାଲିସ୍ କରିବ ନାହିଁ ବୋଲି କହିଛନ୍ତି ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ନେତା ମାନସ ମଙ୍ଗରାଜ। ସେ କହିଛନ୍ତି ଯେ ଆସନ୍ତା ୩୦ ତାରିଖରେ ଲୋକସଭାରେ ସୀମା ନିର୍ଦ୍ଧାରଣ ବିଲ୍ ଆଗତ ହେବ ଓ ରାଜ୍ୟସଭାରେ ବିଲ୍ ୨ ତାରିଖରେ ଆଗତ ହେବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଲୋକସଭାରେ ଆମର ପ୍ରତିନିଧିତ୍ୱ ନ ଥିବାରୁ ତରବର ହେବାର କୌଣସି ଆବଶ୍ୟକ ନାହିଁ । ବିଲ୍ ଆଗତ ହେବା ପରେ ଏହାକୁ ପୁରା ଅଧ୍ୟୟନ କରାଯିବ ଓ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ସଂସଦୀୟ ଦଳ କାର୍ଯ୍ୟ କରିବ । ଓଡ଼ିଶା ଓ ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ବିଜେଡି ସର୍ବଦା ପ୍ରାଥମିକତା ଦେଇ ଆସିଛି ଏବଂ ଭବିଷ୍ୟତରେ ବି ଏଥିରୁ ବିଚ୍ୟୁତ ହେବାର ପ୍ରଶ୍ନ ଉଠୁନାହିଁ । ସୀମା ପୁନନିର୍ଦ୍ଧାରଣରେ ଓଡ଼ିଶାର ରାଜନୈତିକ ସ୍ୱାର୍ଥ ଓ ପ୍ରତିନିଧିତ୍ୱ ଯେପରି କ୍ଷୁର୍ଣ୍ଣ ନ ହୁଏ, ସେଥିପ୍ରତି ବିଜେଡି ସର୍ବଦା ଦୃଷ୍ଟି ଦେବ । ଏଠାରେ ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ସରକାର ପ୍ରତ୍ୟେକ ରାଜ୍ୟରେ ୫୦% ଆସନ ବୃଦ୍ଧି ପାଇଁ ପ୍ରସ୍ତାବ ଦେଇଛନ୍ତି । ଓଡ଼ିଶାର ବର୍ତମାନ ଲୋକସଭା ଆସନ ସଂଖ୍ୟା ୨୧ ଥିବାରୁ ଏହା ୩୨କୁ ବୃଦ୍ଧି କରାଯିବା ସ୍ୱାଭାବିକ । ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ଯେଉଁ ଫର୍ମୁଲା ଲାଗୁ କରାଯାଉଛି, ଓଡ଼ିଶା କ୍ଷେତ୍ରରେ ବି ତାହା ଅନୁପାଳନ ହେବା ଆବଶ୍ୟକ ବୋଲି କୁହାଯାଉଛି । Post navigation भारतीय महिलाओं ने चौथी बार एशियन चैंपियंस ट्रॉफी खिताब पर किया कब्जा