Tata Power

ଟାଟା ପାୱାରରେ କାର୍ଯ୍ୟରତ ଆଉଟ୍‌ସୋର୍ସ କର୍ମଚାରୀଙ୍କ ପାଇଁ ଆସିଛି ବଡ଼ ଆଶ୍ୱସ୍ତି । ୩,୧୫୫ ଜଣ ଆଉଟ୍‌ସୋର୍ସ କର୍ମଚାରୀଙ୍କୁ କାର୍ଯ୍ୟରୁ ବାଦ୍‌ ଦେବା ନିଷ୍ପତ୍ତିକୁ ରାଜ୍ୟ ସରକାର ପ୍ରତ୍ୟାହାର କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଏହାଦ୍ୱାରା ଛଟେଇ ଆଶଙ୍କାରେ ଥିବା ୩,୧୫୫ ଜଣ କର୍ମଚାରୀଙ୍କୁ ଆଶ୍ୱସ୍ତି ମିଳିଛି। ପୂର୍ବଭଳି ସେମାନେ ମିଟର ରିଡିଂ ଏବଂ ବିଦ୍ୟୁତ୍‌ ରକ୍ଷଣାବେକ୍ଷଣ ସମ୍ପର୍କିତ କାର୍ଯ୍ୟ ଜାରି ରଖିବେ।

ତେବେ ନିଜ ଦାବି ଜଣାଇବା ପାଇଁ କର୍ମଚାରୀମାନେ ବିଦ୍ୟୁତ୍‌ ଖୁଣ୍ଟ ଉପରେ ଚଢ଼ି ପ୍ରତିବାଦ କରିଥିବା ଘଟଣାକୁ ଉପମୁଖ୍ୟମନ୍ତ୍ରୀ ନାପସନ୍ଦ କରିଛନ୍ତି । ଏଭଳି ପ୍ରତିବାଦ ଗ୍ରହଣୀୟ ନୁହେଁ ବୋଲି ସେ କହିବା ସହ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କେଭି ସିଂହଦେଓ ସ୍ପଷ୍ଟ କରିଛନ୍ତି ।

ସରକାରଙ୍କ ଏହି ନିଷ୍ପତ୍ତି ପରେ ଦୀର୍ଘଦିନ ଧରି ଅନିଶ୍ଚିତତାରେ ଥିବା ଆଉଟ୍‌ସୋର୍ସ କର୍ମଚାରୀଙ୍କ ଚାକିରି ସମ୍ପର୍କିତ ଆଶଙ୍କା ଦୂର ହୋଇଛି ।

decision-to-remove-3155-outsourced-employees-at-tata-power-withdrawn

decision-to-remove-3155-outsourced-employees-at-tata-power-withdrawn

By Nirvay

Leave a Reply

Your email address will not be published. Required fields are marked *