ପବିତ୍ର ଧର୍ମମାସ କାର୍ତ୍ତିକର ଶେଷ ଦିନ ତଥା କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସମଗ୍ର ଓଡ଼ିଶା ଉତ୍ସବମୁଖର ହୋଇଉଠିଛି। ପ୍ରତ୍ୟୁଷରୁ ବିଭିନ୍ନ ନଦୀ, ପୋଖରୀ ଓ ଜଳାଶୟରେ ଶ୍ରଦ୍ଧାଳୁମାନେ “ଆ କା ମା ବୈ, ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧର୍ମ ମୋର” ଗାନ କରି ଡଙ୍ଗା ଭସାଇଛନ୍ତି। ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରା ଓ ସଂସ୍କୃତିର ପ୍ରତୀକ ‘ବୋଇତ ବନ୍ଦାଣ’ ପାଇଁ ରାଜ୍ୟର ବିଭିନ୍ନ ଜଳାଶୟ ଘାଟରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି। ଅନ୍ୟପଟେ, କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ସକାଳୁ ସକାଳୁ ଶ୍ରୀକ୍ଷେତ୍ର ପୁରୀରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଛି। ଆଜି ପବିତ୍ର ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ଭକ୍ତମାନଙ୍କୁ ଦୁର୍ଲଭ ରାଜରାଜେଶ୍ୱର ବେଶରେ ଦର୍ଶନ ଦେବେ। ଶୃଙ୍ଖଳିତ ଦର୍ଶନ ଏବଂ ବୋଇତ ବନ୍ଦାଣ ପାଇଁ ବିଭିନ୍ନ ସ୍ଥାନରେ ପ୍ରଶାସନ ଓ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। Post navigation Pitabas Panda Murder Case: ବିକ୍ରମ ପଣ୍ଡାଙ୍କ ଜାମିନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲେ ରାଜ୍ୟ ସରକାର