Eastern Zonal Council Meeting Postponed
ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ ହୋଇଛି । ଆସନ୍ତା ନଭେମ୍ବର ୨୯ ତାରିଖରେ ଅମିତ ଶାହ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ଥିଲା । ତେବେ ଏହି ଗସ୍ତ ବାତିଲ ହୋଇଥିବାରୁ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ (Eastern Zonal Council) ବୈଠକ ମଧ୍ୟ ବାତିଲ ହୋଇଛି ।
 
ସୂଚନା ଅନୁଯାୟୀ, ନଭେମ୍ବର ୨୯ରେ ପୁରୀଠାରେ ଇଷ୍ଟର୍ଣ୍ଣ ଜୋନାଲ କାଉନସିଲର ବୈଠକ ଆୟୋଜନ ହେବାର ଥିଲା । ଏଥିରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଅଧ୍ୟକ୍ଷତା କରିବାର କାର୍ଯ୍ୟକ୍ରମ ରହିଥିଲା । ବୈଠକରେ ପୂର୍ବ ଭାରତର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅନ୍ୟ ପ୍ରତିନିଧିମାନେ ଯୋଗଦେବାର ଥିଲା । ଏହି ବୈଠକ କେବେ ଅନୁଷ୍ଠିତ ହେବ, ସେନେଇ ପରବର୍ତ୍ତୀ ସୂଚନାକୁ ଅପେକ୍ଷା କରାଯାଇଛି ।

By Nirvay

Leave a Reply

Your email address will not be published. Required fields are marked *