ଚଳିତ ବର୍ଷ ଐତିହାସିକ କଟକ ବାଲିଯାତ୍ରାକୁ ଭିଭିଆଇପି ଓ ଭିଆଇପିଙ୍କ ଗସ୍ତ କାର୍ଯ୍ୟକ୍ରମ ଥିବାରୁ ସେମାନଙ୍କ ସୁରକ୍ଷା ଦୃଷ୍ଟିରୁ ବାଲିଯାତ୍ରା ପଡ଼ିଆ ଏବଂ ଏହାର ଚାରିପାଖ ୫ କିମି ଅଞ୍ଚଳକୁ ‘ନୋ ଡ୍ରୋନ୍ ଜୋନ୍’ ଘୋଷଣା କରାଯାଇଛି । ଏ ନେଇ ଶୁକ୍ରବାର କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ବିଜ୍ଞପ୍ତି ଜାରି କରିଛନ୍ତି ।

ଏହି କଟକଣା ନଭେମ୍ବର ୨୨ରୁ ଡିସେମ୍ବର ୩ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ସମୟ ମଧ୍ୟରେ ନିର୍ଦ୍ଧାରିତ ଅଞ୍ଚଳରେ ଡ୍ରୋନ୍, ମାନବବିହୀନ ବିମାନ (ୟୁଏଭି), ପାରାଗ୍ଲାଇଡର୍, ପାରାମୋଟର୍, ପାୱାର ହ୍ୟାଙ୍ଗ୍ ଗ୍ଲାଇଡର୍, ମାଇକ୍ରୋଲାଇଟ୍ ବିମାନ ଓ ହଟ୍ ଏୟାର ବେଲୁନ୍ ଉଡ଼ାଇବା ନିଷେଧ କରାଯାଇଛି । ତେବେ ଏହି ଉପକରଣଗୁଡ଼ିକ ଉଡ଼ାଇବାକୁ ଚାହୁଁଥିବା ବ୍ୟକ୍ତି ଓ ସଂସ୍ଥାଙ୍କୁ ପୂର୍ବରୁ ଅନୁମତି ନେବାକୁ ପଡ଼ିବ । ଉଭୟ ତଳ ଓ ଉପର ପଡ଼ିଆରେ ୫ କିମି ଯାଏଁ BNSS ୧୬୩ ଲାଗୁ କରାଯାଇଛି । ରାତି ୧୧ଟା ଯାଏଁ ଲାଉଡ୍‌ ସ୍ପିକର ବ୍ୟବହାର ପାଇଁ ଅନୁମତି ଦିଆଯାଇଛି ।

ସୂଚନାଯୋଗ୍ୟ, ଚଳିତ ବର୍ଷ ବାଲିଯାତ୍ରା ନଭେମ୍ବର ୨୪ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ଆୟୋଜିତ ହେବ । ୬୦ ଏକରରୁ ଅଧିକ ଅଞ୍ଚଳରେ ଥିବା ଉପର ଓ ତଳ ବାଲିଯାତ୍ରା ପଡ଼ିଆରେ ବାଲିଯାତ୍ରା ଆୟୋଜନ କରାଯାଉଛି ।

By Nirvay

Leave a Reply

Your email address will not be published. Required fields are marked *