ସମ୍ଭାବ୍ୟ ବାତ୍ୟା ‘ଅକ୍‌ଭାନ୍’ ଆଶଙ୍କାରେ ଅନିଶ୍ଚିତତା ଭିତରେ ଥିବା ହଜାର ହଜାର ଚାକିରି ଆଶାୟୀଙ୍କ ପାଇଁ ଆଶ୍ୱସ୍ତିକର ଖବର ଆସିଛି। ରାଜ୍ୟ ଚୟନ ବୋର୍ଡ (SSB) ଦ୍ୱାରା ପରିଚାଳିତ ଜୁନିୟର ଆସିଷ୍ଟାଣ୍ଟ ଏବଂ ଜୁନିୟର କ୍ଲର୍କ ନିଯୁକ୍ତି ପରୀକ୍ଷା ପାଇଁ ପୁଣି ଥରେ ନୂଆ ତାରିଖ ଧାର୍ଯ୍ୟ କରାଯାଇଛି। ପୂର୍ବରୁ ସ୍ଥଗିତ ରହିଥିବା ଏହି କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା (CBT) ଆସନ୍ତା ଡିସେମ୍ବର ୩ ଓ ୪ ତାରିଖରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।

ଏହା ପୂର୍ବରୁ ଏହି ପରୀକ୍ଷା ପାଇଁ ନଭେମ୍ବର ୨୧ ଓ ୨୩ ତାରିଖ ଧାର୍ଯ୍ୟ ହୋଇଥିଲା। ସମ୍ଭାବ୍ୟ ବାତ୍ୟା ‘ଅକ୍‌ଭାନ୍’ ଆଶଙ୍କାରେ ପରୀକ୍ଷାର୍ଥୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା।  ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷା ସମ୍ବନ୍ଧୀୟ ସଦ୍ୟତମ ସୂଚନା ଓ ଅଦ୍ୟତନ ପାଇଁ SSBର ଅଫିସିଆଲ୍ ୱେବସାଇଟ୍ http://ssbodisha.ac.in ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *