ରାଜଧାନୀ ଭୁବନେଶ୍ୱରର ପାହାଳ ଅଞ୍ଚଳରେ ଥିବା ଭାରତ ବିହାରରେ କୋଲକାତା ସାଇବର ପୋଲିସ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇଛି। ୯ ଲକ୍ଷ ଟଙ୍କାର ସାଇବର ଠକେଇ ମାମଲାରେ ପୋଲିସ ୩ ମହିଳାଙ୍କ ସମେତ ମୋଟ ୧୬ ଜଣଙ୍କୁ ଗିରଫ କରିବା ସହିତ ଘଟଣାସ୍ଥଳରୁ ୨ଟି କାର ଜବତ କରିଛି।

ଅଭିଯୁକ୍ତମାନେ ଲୋକଙ୍କ ହଜିଯାଇଥିବା ମୋବାଇଲ ଫୋନର ଓଟିପି ବ୍ୟବହାର କରି ଏହି ଟଙ୍କା ଠକୁଥିବା ନେଇ ପ୍ରାଥମିକ ଭାବେ ଅଭିଯୋଗ ହୋଇଛି। ହଜିଲା ଫୋନରୁ ଓଟିପି ହାତେଇ କିଭଳି ଅର୍ଥ ଲୁଟ୍ କରାଯାଉଥିଲା ଏବଂ ଏଥିରେ ଆଉ କୌଣସି ସଦସ୍ୟଙ୍କ ସମ୍ପୃକ୍ତି ରହିଛି କି ନାହିଁ, ସେନେଇ କୋଲକାତା ସାଇବର ପୋଲିସ ପକ୍ଷରୁ ଅଧିକ ଖୋଳତାଡ଼ ଓ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *