ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଜିଲ୍ଲା ମୃତ୍ତିକା ସଂରକ୍ଷଣ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ ଓ ଉପନିର୍ଦ୍ଦେଶକ ପ୍ରସନ୍ନ କୁମାର ପାତ୍ର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗର ସ୍ୱତନ୍ତ୍ର ଟିମ୍ ସୁନ୍ଦରଗଡ଼, ଭୁବନେଶ୍ୱର ଓ କଟକର ମୋଟ ୮ଟି ଭିନ୍ନ ଭିନ୍ନ ସ୍ଥାନରେ ଏକସଙ୍ଗେ ଚଢ଼ାଉ ଜାରି ରଖିଛି।

ଏହି ଚଢ଼ାଉ ସମୟରେ ସୁନ୍ଦରଗଡ଼ସ୍ଥିତ ପ୍ରସନ୍ନ ପାତ୍ରଙ୍କ ଆବାସିକ କାର୍ଯ୍ୟାଳୟ, ସରକାରୀ ଅଫିସ, ପୈତୃକ ବାସଭବନ ଏବଂ ବଙ୍କୀ ଟଙ୍ଗରାରେ ଥିବା ଶ୍ୱଶୁର ଘରେ ଯାଞ୍ଚ କରାଯାଉଛି। ସେହିପରି ଭୁବନେଶ୍ୱରରେ ଥିବା ତାଙ୍କର ୩ଟି ଫ୍ଲାଟ୍ ଏବଂ ବାଲିଅନ୍ତାର ୨ଟି ସ୍ଥାନରେ ମଧ୍ୟ ଭିଜିଲାନ୍ସ ଟିମ୍ ପହଞ୍ଚି ତଙ୍ଗାଟଲାସି ଜାରି ରଖିଛନ୍ତି।

ସକାଳୁ ଆରମ୍ଭ ହୋଇଥିବା ଏହି ଚଢ଼ାଉରେ ଭିଜିଲାନ୍ସର ଏକାଧିକ ଅଧିକାରୀ ଓ ସ୍ୱତନ୍ତ୍ର ଟିମ୍ ସାମିଲ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ବିଭିନ୍ନ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରର ଆକଳନ ଚାଲିଥିବା ବେଳେ, ତଦନ୍ତ ପ୍ରକ୍ରିୟା ଶେଷ ହେବା ପରେ ଜବତ ସମ୍ପତ୍ତିର ମୋଟ ପରିମାଣ ବାବଦରେ ସ୍ପଷ୍ଟ ସୂଚନା ମିଳିପାରିବ।

Leave a Reply

Your email address will not be published. Required fields are marked *