କଂଗ୍ରେସ ପକ୍ଷରୁ ଅକ୍ଟୋବର ୮ ତାରିଖରେ ଆହ୍ୱାନ କରାଯାଇଥିବା ଓଡ଼ିଶା ବନ୍ଦକୁ ସମର୍ଥନ ନେଇ ବିଜୁ ଜନତା ଦଳ (ବିଜେଡି) ନିଜ ନିଷ୍ପତ୍ତିରୁ ଓହରି ଯାଇଥିବା ନେଇ କଂଗ୍ରେସ ପକ୍ଷରୁ ବିଜେଡିକୁ ତୀବ୍ର ସମାଲୋଚନା କରାଯାଇଛି । ବିଜେଡିର ଆଭିମୁଖ୍ୟକୁ ନେଇ କଟାକ୍ଷ କରିଛି କଂଗ୍ରେସ । ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ବିଜେଡିକୁ ତୀବ୍ର ସମାଲୋଚନା କରି କହିଛନ୍ତି, ବିଜେଡି ହେଉଛି ଦିଗହରା ପାର୍ଟି । ବିଜେପି ସହ ରହିବାର ଅଭ୍ୟାସ ତାଙ୍କର ରହିଛି । ଗତକାଲି ବିଜେଡି ସାଂସଦ ଦିଲ୍ଲୀରେ ଇଣ୍ଡି ମେଣ୍ଟକୁ ସମର୍ଥନ କରିଥିବା ବେଳେ, ଆଜି ସକାଳେ ଇଣ୍ଡି ମେଣ୍ଟ ପକ୍ଷରୁ ଆହ୍ୱାନ ହୋଇଥିବା ଆସନ୍ତାକାଲିର ଓଡ଼ିଶା ବନ୍ଦକୁ ସମର୍ଥନ କରିବା ନେଇ ବିଜେଡି କହିଥିବା ସେ ଦାବି କରିଛନ୍ତି । ତେବେ ପରେ ପୁଣି ବିଜେଡି ନିଜ ଆଭିମୁଖ୍ୟ ବଦଳାଇ ବନ୍ଦକୁ ସମର୍ଥନ କରିବ ନାହିଁ ବୋଲି କହିଥିବା ସାଲୁଜା ଅଭିଯୋଗ କରିଛନ୍ତି । ଏହା ପଛରେ ବିଜେଡି ଉପରେ ବିଜେପିର ଚାପ ରହିଥିବା ସେ ଅଭିଯୋଗ କରିଛନ୍ତି । ସାଲୁଜା ଆହୁରି କହିଛନ୍ତି, “ଦିଲ୍ଲୀରୁ ଫୋନ୍ ଆସିଲା, ଡରିଗଲେ । ବିଜେଡି ଦୋମୁହାଁ ନୀତି ଆପଣାଉଛି ।” ବିଜେଡିର ଏଭଳି ଆଭିମୁଖ୍ୟକୁ ନେଇ କଂଗ୍ରେସ ନେତାଙ୍କ ଏହି ମନ୍ତବ୍ୟ ରାଜ୍ୟ ରାଜନୀତିରେ ଚର୍ଚ୍ଚାକୁ ଆହୁରି ତୀବ୍ର କରିଛି । ତେବେ ଏନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ଇଣ୍ଡିଆ ମେଣ୍ଟ ପକ୍ଷରୁ ଅକ୍ଟୋବର ୮ ତାରିଖରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଚାରିଟି ପ୍ରମୁଖ ଦାବିକୁ ନେଇ ଏହି ବନ୍ଦ ଡାକରା ଦିଆଯାଇଛି । Post navigation Henri B. Kagan and Kenso Soai Awarded 2026 Nobel Prize in Chemistry 12-Hour Odisha Bandh Tomorrow: କାଲି ଓଡ଼ିଶା ବନ୍ଦ୍; ଭୁବନେଶ୍ୱରରେ ମୁତୟନ ହେବେ ୧୮ ପ୍ଲାଟୁନ୍ ଫୋର୍ସ