ଆଗାମୀ ଦୁର୍ଗାପୂଜା ଓ ଦଶହରା ଉତ୍ସବକୁ ସୁରକ୍ଷିତ ଏବଂ ଶାନ୍ତିପୂର୍ଣ୍ଣ ଭାବେ ସମ୍ପାଦନ କରିବା ପାଇଁ କଟକ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। କଟକ ଡିସିପି ଋଷିକେଶ ଖିଲାରୀଙ୍କ ସୂଚନା ଅନୁଯାୟୀ, ଆଇନ ଶୃଙ୍ଖଳା ରକ୍ଷା ଓ ଅପରାଧ ନିୟନ୍ତ୍ରଣ ପାଇଁ ପୋଲିସ ଏକ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରିଛି। ଏହି ଅଭିଯାନ ଅଧୀନରେ ୧୭୭ ଜଣ ଏନବିଡବ୍ଲ୍ୟୁ ୱାରେଣ୍ଟିଙ୍କୁ ଧରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସହରର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ ନୂଆ ସିସିଟିଭି କ୍ୟାମେରା ଗୁଡ଼ିକରେ ଫେସ୍ ଡିଟେକ୍ସନ ପ୍ରଯୁକ୍ତିବିଦ୍ୟା ସାମିଲ କରାଯାଇଛି, ଯାହା ଅପରାଧୀଙ୍କୁ ସହଜରେ ଚିହ୍ନଟ କରିବାରେ ସାହାଯ୍ୟ କରିବ। ଏହା ସହିତ ମାଷ୍ଟର କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ସମଗ୍ର ସହର ଉପରେ କଡ଼ା ନଜର ରଖାଯିବ। ପୂରା ଦଶହରା ପର୍ବ ଏବଂ ଭସାଣି ଶୋଭାଯାତ୍ରା ସିସିଟିଭି ନଜରରେ ରହିବ ବୋଲି ଡିସିପି ସ୍ପଷ୍ଟ କରିଛନ୍ତି। ଅନ୍ୟପଟେ, ଜବରଦସ୍ତି ଚାନ୍ଦା ଆଦାୟ ବିରୋଧରେ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବର୍ତ୍ତମାନ ସୁଦ୍ଧା ୧୧ଟି ଚାନ୍ଦା ମାଗିବା ମାମଲାରୁ ୭ ଜଣଙ୍କୁ ଗିରଫ କରାଯାଇସାରିଛି। ଯଦି କୌଣସି ସ୍ଥାନରେ ଜବରଦସ୍ତି ଚାନ୍ଦା ମାଗାଯାଏ, ତେବେ ସାଧାରଣ ନାଗରିକଙ୍କୁ ତୁରନ୍ତ ୮୨୮୦୩୩୮୩୦୩ ନମ୍ବରରେ ମେସେଜ୍ କରି ଅଭିଯୋଗ ଜଣାଇବାକୁ କଟକ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି। Post navigation BJD Joins INDIA Bloc March: ଇଣ୍ଡି ମେଣ୍ଟକୁ ବିଜେଡିର ପ୍ରସଙ୍ଗ ଭିତ୍ତିକ ସମର୍ଥନ: ପ୍ରଦୀପ ମାଝୀ Biranchi Narayan Tripathy Slams Opposition: ଅପ୍ରସଙ୍ଗକୁ ପ୍ରସଙ୍ଗ କରିବାକୁ ହୀନ ଉଦ୍ୟମ କରୁଛି ବିରୋଧୀ: ବିରଞ୍ଚି ନାରାୟଣ ତ୍ରିପାଠୀ