ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତାରେ ଘଟିଥିବା ଜିଆରପି କନଷ୍ଟେବଲ ସୌମ୍ୟ ରଞ୍ଜନ ସ୍ବାଇଁଙ୍କ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟଣାରେ ଆକ୍ରମଣର ଶିକାର ହୋଇଥିବା ୨ ଜଣ ମହିଳାଙ୍କର ହେବ ପଲିଗ୍ରାଫ୍ ଟେଷ୍ଟ । ମୃତ ସୌମ୍ୟଙ୍କ ସାଙ୍ଗ ଓମ୍ ପ୍ରକାଶଙ୍କର ପଲିଗ୍ରାଫ୍ ଟେଷ୍ଟ ସଫଳତାର ସହ ଶେଷ ହେବା ପରେ, ଏବେ ଘଟଣାରେ ସମ୍ପୃକ୍ତ ଥିବା ୨ ଜଣ ମହିଳାଙ୍କର ପଲିଗ୍ରାଫ୍ ଟେଷ୍ଟ କରାଇବା ପାଇଁ କ୍ରାଇମ୍ ବ୍ରାଞ୍ଚ ପ୍ରସ୍ତୁତି ଚଳାଇଛି।

ଯୁବତୀମାନଙ୍କର ପଲିଗ୍ରାଫ୍ ଟେଷ୍ଟ କରାଗଲେ ହତ୍ୟାକାଣ୍ଡ ପଛର ଆସଲ କାରଣ ଏବଂ ସମ୍ଭାବ୍ୟ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ ହୋଇପାରିବ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *