ଭୁବନେଶ୍ୱରସ୍ଥିତ ନୟାପଲ୍ଲୀରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାରେ ପୋଲିସ ଅଭିଯୁକ୍ତ ଶ୍ରୀଧର ପଣ୍ଡାକୁ ଗିରଫ କରିଛି । ତାଙ୍କୁ ଧରିବା ପାଇଁ ପୋଲିସ ଚଢ଼ଉ କରୁଥିବା ବେଳେ ସେ ଖସିଯିବାକୁ ଉଦ୍ୟମ କରି ପୋଲିସ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ । ଏହାପରେ ପୋଲିସର ପାଲଟା ଗୁଳିରେ ତାଙ୍କ ଗୋଡ଼ରେ ଗୁଳି ବାଜିଥିଲା । ଆହତ ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ, ଗତ ବୁଧବାର ରାତିରେ ନୟାପଲ୍ଲୀ ଥାନା ବେହେରା ସାହି ଅଞ୍ଚଳର ଏକ ଭଡ଼ା ଘରେ ଯୁବତୀ ଜଣଙ୍କ ଘରେ ଏକା ଥିବାବେଳେ ଦୁବୃତ୍ତ ଘରେ ପଶି ଦୁଷ୍କର୍ମ କରିଥିଲେ । ଅଭିଯୋଗ ଅନୁସାରେ, ଅଭିଯୁକ୍ତ ମୁହଁରେ ମୁଖା ପିନ୍ଧି ଯୁବତୀଙ୍କୁ ବନ୍ଧୁକ ଦେଖାଇ ଧମକ ଦେବା ସହ ତାଙ୍କୁ ବାନ୍ଧି ଦୁଷ୍କର୍ମ କରିଥିଲେ । ସିସିଟିଭି ଫୁଟେଜ ଆଧାରରେ ପୋଲିସ ଘଟଣାର ଛାନଭିନ ଚଳାଇଥିଲା । ଫେରାର ଥିବା ଅଭିଯୁକ୍ତକୁ ତିନି ଦିନ ପରେ ପୋଲିସ ଧରିବାରେ ସଫଳ ହୋଇଛି । ଏବେ ମାମଲାର ଅଧିକ ତଦନ୍ତ ଜାରି ରହିଛି । Post navigation CM Pushes Odisha on Global Tourism Map: ଓଡ଼ିଶାକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ନୂଆ ପରିଚୟ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ Varsities to Get New Faculties: ନଭେମ୍ବର ସୁଦ୍ଧା ଅଧ୍ୟାପକ ନିଯୁକ୍ତି ସାରିବାକୁ ରାଜ୍ୟପାଳଙ୍କ ନିର୍ଦ୍ଦେଶ