ରାଜଧାନୀ ଭୁବନେଶ୍ୱରର ରାସୁଲଗଡ଼ ଟ୍ରାଫିକ ଛକ ନିକଟରୁ ଜଣେ ଅର୍ଦ୍ଧଦଗ୍ଧ ଯୁବକଙ୍କୁ ଉଦ୍ଧାର କରାଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଯୁବକଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ପରେ AIIMS ସ୍ଥାନାନ୍ତର କରାଯାଇଛି। ବାହାରେ ଜଳୁଥିବା ନିଆଁ ହଠାତ୍ ତାଙ୍କ ଦେହରେ ଲାଗିଯାଇଥିବା ଅନୁମାନ କରାଯାଉଛି। ଉଦ୍ଧାର ହୋଇଥିବା ଯୁବକଙ୍କ ନାଁ ମଙ୍ଗୁ ଡାକୁଆ ଏବଂ ତାଙ୍କ ଘର ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅଞ୍ଚଳରେ ବୋଲି ଜଣାପଡ଼ିଛି। ମଙ୍ଗୁ ଭୁବନେଶ୍ୱରରେ ରହି ସାଲୁନ୍ କାମ କରୁଥିବା ଜଣାପଡ଼ିଛି। ତେବେ ତାଙ୍କ ଦେହରେ ନିଆଁ କିପରି ଲାଗିଲା ଏବଂ ଏହା ପଛରେ ଅନ୍ୟ କୌଣସି କାରଣ ରହିଛି କି ନାହିଁ, ସେ ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ। Post navigation Student Biometric Attendance System In Colleges: ଓଡ଼ିଶାର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଲାଗୁ ହେବ ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା