CREATOR: gd-jpeg v1.0 (using IJG JPEG v80), quality = 82

ପୂର୍ବରୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ବୀରେନ୍ଦ୍ର କୋରକୋରା, IAS (SCS-2014)ଙ୍କୁ ଗୃହ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଗୃହ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟରତ ଆରାଧନା ଦାସ, IAS (SCS-2014)ଙ୍କୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି।

ସେହିପରି OBC ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଉଥିବା ଜୁଗଳେଶ୍ୱରୀ ଦାଶ, IAS (SCS-2015)ଙ୍କୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଭାବେ ନୂଆ ଦାୟିତ୍ୱ ମିଳିଛି। ଅବକାରୀ ବିଭାଗର ଅତିରିକ୍ତ ସଚିବ ଅର୍ଚ୍ଚନା ଦାସ ପଟ୍ଟନାୟକ, IAS (SCS-2015)ଙ୍କୁ ‘ଆୟୁଷ’ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି।

‘ଆୟୁଷ’ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଞ୍ଜନା ପଣ୍ଡା, IAS (SCS-2015)ଙ୍କୁ ଅବକାରୀ ବିଭାଗର ଅତିରିକ୍ତ ସଚିବ ଭାବେ ଅଦଲବଦଲ କରାଯାଇଥିବା ବେଳେ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ସଞ୍ଜୟ କୁମାର ବିଶ୍ୱାଳ, IAS (NSCS-2015)ଙ୍କୁ ସୂଚନା ଓ ଲୋକସମ୍ପର୍କ (I&PR) ବିଭାଗର ନୂଆ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଛି।

​ସେହିପରି ପୂର୍ତ୍ତ ବିଭାଗର ଉପ-ସଚିବ ସୁନ୍ଦର ମାଧବ ପାଢ଼ୀ, IAS (NSCS-2020) ଙ୍କୁ ଓଡ଼ିଶା ମାରିଟାଇମ୍ ବୋର୍ଡର Chief Operating Officer ଭାବେ ନିଯୁକ୍ତ କରାଯାଇଛି। ଏହାସହ ସେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (OSRTC) ର ସାଧାରଣ ପରିଚାଳକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।

Leave a Reply

Your email address will not be published. Required fields are marked *