ଉତ୍ତର ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଉତ୍ତର ବଙ୍ଗୋପସାଗର ସଂଲଗ୍ନ ପଶ୍ଚିମବଙ୍ଗ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବ ବାଂଲାଦେଶ ଉପକୂଳ ସଂଲଗ୍ନ ସମୁଦ୍ର ଅଞ୍ଚଳରେ ମଧ୍ୟ ଦେଖାଯାଉଛି। ଏହି ଘୂର୍ଣ୍ଣିବଳୟର ପ୍ରଭାବରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ପାଗରେ ପରିବର୍ତ୍ତନ ଆସିବା ସହ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏକ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଆଶଙ୍କା ରହିଛି । ଏହାର ପ୍ରଭାବରେ ଓଡ଼ିଶାରେ ମଧ୍ୟ ବର୍ଷାର ପରିମାଣ ବଢ଼ିପାରେ । Post navigation National GARIMA Conclave 2026: ଗରିମା ଜାତୀୟ କର୍ମଶାଳାରେ ମୁଖ୍ୟମନ୍ତ୍ରୀ; ସଫେଇ କାର୍ଯ୍ୟରେ ଶୂନ ମୃତ୍ୟୁ ଲକ୍ଷ୍ୟ New Talcher-Bimlagarh Rail Project: ତାଳଚେର-ବିମଳାଗଡ଼ ନୂତନ ବ୍ରଡ୍ଗେଜ୍ ରେଳପଥ ସଂକ୍ରାନ୍ତରେ ରାଜସ୍ୱ ସଚିବଙ୍କ ସମୀକ୍ଷା