ସାଧାରଣ ଜନତାଙ୍କ ସୁବିଧା ପାଇଁ ରାଜ୍ୟ ରାଜସ୍ୱ ବିଭାଗ ପକ୍ଷରୁ ଏକ ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ସରକାରୀ ଆପ୍‌ କିମ୍ବା ବିଭିନ୍ନ ଅଫିସ୍‌କୁ ଦୌଡ଼ିବାକୁ ପଡ଼ିବ ନାହିଁ, ସିଧାସଳଖ ହ୍ୱାଟସ୍‌ଆପ୍ ମାଧ୍ୟମରେ ହିଁ ରାଜସ୍ୱ ବିଭାଗର ପ୍ରମୁଖ ସେବାଗୁଡ଼ିକ ଉପଲବ୍ଧ ହେବ। ଏଥିପାଇଁ ‘ଆମ ସାଥୀ’ ହ୍ୱାଟସ୍‌ଆପ୍ ଚାଟ୍‌ବଟ୍‌ର ଶୁଭାରମ୍ଭ କରିଛନ୍ତି ରାଜସ୍ୱ ମନ୍ତ୍ରୀ।

ପ୍ରଥମ ପର୍ଯ୍ୟାୟରେ ରାଜସ୍ୱ ବିଭାଗର ୧୬ଟି ସେବା ଏହି ହ୍ୱାଟସ୍‌ଆପ୍ ଚାଟ୍‌ବଟ୍‌ରେ ମିଳିବ। ପରବର୍ତ୍ତୀ ସମୟରେ ଅନ୍ୟ ୨ଟି ସେବା ମଧ୍ୟ ଯୋଡ଼ାଯିବ। ଏଥିରେ ଜମିର କିସମ ପରିବର୍ତ୍ତନ , ବିବାହ ପଞ୍ଜୀକରଣ  ଏବଂ ମ୍ୟୁଟେସନ୍ ଭଳି ଗୁରୁତ୍ୱପୂର୍ଣ୍ଣ ସେବା ସହଜରେ ମିଳିପାରିବ। ଏଥି ସହିତ ଜାତି, ଆୟ ଏବଂ ରେସିଡେନ୍ସ/ବାସିନ୍ଦା ଭଳି ପ୍ରମାଣପତ୍ର ପାଇଁ ଆବେଦନ ଓ ଗ୍ରହଣ ପ୍ରକ୍ରିୟା ମଧ୍ୟ ଏହି ଆପ୍‌ ଜରିଆରେ ହୋଇପାରିବ।

କୌଣସି ବିପର୍ଯ୍ୟୟ କିମ୍ବା ଜରୁରୀ ପରିସ୍ଥିତି ବେଳେ ଲୋକମାନେ ନିଜ ଘରେ ଥାଇ ହିଁ ଏହିସବୁ ସେବାର ଲାଭ ଉଠାଇପାରିବେ।ଡିଜିଟାଲ୍ ଓଡ଼ିଶା ଦିଗରେ ଏହି ‘ଆମ ସାଥୀ’ ଆପ୍‌/ଚାଟ୍‌ବଟ୍‌ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ଏବଂ ସାଧାରଣ ଲୋକଙ୍କ ସମୟ ଓ ଶ୍ରମ ବଞ୍ଚାଇବାରେ ବହୁତ ସାହାଯ୍ୟ କରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *