ଇଣ୍ଡିଆନ୍ ମେଟାଲ୍ସ ପବ୍ଲିକ୍ ଚାରିଟେବୁଲ୍ ଟ୍ରଷ୍ଟ (IMPaCT) ପକ୍ଷରୁ ସମ୍ମାନଜନକ ୪୭ତମ ‘ସାରଳା ପୁରସ୍କାର’ ଏବଂ ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ’ ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଓଡ଼ିଆ ସାହିତ୍ୟ, କଳା ଓ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ।

ବିଶିଷ୍ଟ କବି ତଥା CSIR-IMMTର ପୂର୍ବତନ ବୈଜ୍ଞାନିକ ଡ. ଆଶୁତୋଷ ପରିଡ଼ାଙ୍କୁ ଚଳିତ ବର୍ଷର ମର୍ଯ୍ୟାଦାଜନକ ୪୭ତମ ‘ଶାରଳା ପୁରସ୍କାର’ ପ୍ରଦାନ କରାଯିବ। ତାଙ୍କର ଲୋକପ୍ରିୟ କବିତା ସଂକଳନ ‘ବିଶ୍ୱାସ ଦେ ପୃଥ୍ୱୀ’ ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବାକୁ ମନୋନୀତ କରାଯାଇଛି।ଆସନ୍ତା ଅକ୍ଟୋବର ୨୫ ତାରିଖରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଡ. ପରିଡ଼ାଙ୍କୁ ମାନପତ୍ର ସହ ୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ।

ଏଥି ସହିତ ସାହିତ୍ୟ ସହ କଳା ଓ ସଂସ୍କୃତିର ସଂବର୍ଦ୍ଧନା ପାଇଁ ପ୍ରତିବର୍ଷ ଦିଆଯାଉଥିବା ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ’ ପାଇଁ ଚଳିତ ବର୍ଷ ଦୁଇଜଣ ମହାନ ପ୍ରତିଭାଙ୍କୁ ମନୋନୀତ କରାଯାଇଛି । ସେମାନେ ହେଲେ ନୃତ୍ୟଗୁରୁ ପଦ୍ମଶ୍ରୀ ଦୁର୍ଗାଚରଣ ରଣବୀର ଓ ଶିକ୍ଷାବିତ୍ ତଥା ଶିଳ୍ପୀ ଦାମୋଦର ବେହେରା । ଏହି ଦୁଇ ବରିଷ୍ଠ ସାଧକଙ୍କୁ ମଧ୍ୟ ମାନପତ୍ର ସହ ପ୍ରତ୍ୟେକଙ୍କୁ ୨.୫ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରି ସମ୍ମାନିତ କରାଯିବ।

 

Leave a Reply

Your email address will not be published. Required fields are marked *