ରାଜଧାନୀ ଭୁବନେଶ୍ୱରର ଲୋୟର ପିଏମଜି ନିକଟରେ ଚାଲିଥିବା ଆନ୍ଦୋଳନ ଉଗ୍ରରୂପ ନେଇଛି। ବିକ୍ଷୋଭ ପ୍ରଦର୍ଶନ ସମୟରେ ହଙ୍ଗାମା ଓ ଭଙ୍ଗାରୁଜା ଅଭିଯୋଗରେ ପୋଲିସ ୫୦ରୁ ଊର୍ଦ୍ଧ୍ୱ ଆନ୍ଦୋଳନକାରୀଙ୍କୁ ଗିରଫ କରିଛି। ଆନ୍ଦୋଳନ ଆକ୍ରାମକ ରୂପ ନେବା ପରେ ବିକ୍ଷୋଭକାରୀମାନେ ୧୪ଟି ‘ଆମ ବସ୍’ ଉପରକୁ ଆକ୍ରମଣ କରି ଭଙ୍ଗାରୁଜା କରିଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି । ସେ କହିଛନ୍ତି ଆନ୍ଦୋଳନକାରୀଙ୍କ ଦାବି ସମ୍ପୂର୍ଣ୍ଣ ଅଯଥାର୍ଥ। ସେମାନେ ଘରୋଇ କମ୍ପାନୀ ସହ ସଂପୃକ୍ତ ଥିବାରୁ ଏଥିରେ ସରକାରଙ୍କ କିଛି କରିବାର ନାହିଁ। ହିଂସା ଓ ଭଙ୍ଗାରୁଜାରେ ସାମିଲ ଥିବା ଡ୍ରାଇଭରମାନଙ୍କ ଗାଡ଼ି ସିଜ୍ କରାଯିବ। ସେମାନଙ୍କ ନାମରେ ଏଫ୍ଆଇଆର୍ ରୁଜୁ କରି ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯିବ। Post navigation 47th Sarala Puraskar: ଡ. ଆଶୁତୋଷ ପରିଡ଼ା ପାଇବେ ୪୭ତମ ଶାରଳା ପୁରସ୍କାର Subarnarekha Flood Alert: ସୁବର୍ଣ୍ଣରେଖାରେ ଜଳସ୍ତର ବୃଦ୍ଧି; ବାଲେଶ୍ୱରରେ ବନ୍ୟା ଆଶଙ୍କା