ଆଜି ଅପରାହ୍ନ ୪ଟାରେ ନବୀନ ନିବାସରେ ବିଜୁ ଜନତା ଦଳ (ବିଜେଡି)ର ରାଜନୈତିକ ବ୍ୟାପାର କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ ରାଜ୍ୟର କେତେକ ପ୍ରମୁଖ ତଥା ସାମ୍ପ୍ରତିକ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ଓ ଚର୍ଚ୍ଛା ହେବାର କାର୍ଯ୍ୟକ୍ରମ ରହିଛି। ବିଶେଷ କରି ଚାଷୀ ସମସ୍ୟା, ଶିକ୍ଷା ବ୍ୟବସ୍ଥା, MMDR ସଂଶୋଧିତ ଆଇନ ଉପରେ ଚର୍ଚ୍ଚା ହେବା ନେଇ ସୂଚନା ମିଳିଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଦଳର ସଭାପତିଙ୍କ ସମେତ ରାଜନୈତିକ ବ୍ୟାପାର କମିଟିର ବରିଷ୍ଠ ନେତୃବୃନ୍ଦ ଯୋଗଦେଇ ଆଗାମୀ ରଣନୀତି ଉପରେ ମନ୍ଥନ କରିବେ ବୋଲି ଆଶା କରାଯାଉଛି। Post navigation JP Nadda Undergoes Coronary Angiography Multiple Bomb Threats Hit Delhi Ahead Of Independence Day