ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍କୁଲ୍ ଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ବିଶେଷ କରି ଯାଜପୁର ଓ ଭଦ୍ରକ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବ୍ୟାପକ ସ୍କୁଲ୍ ବନ୍ଦ ରହିବା ନେଇ ଜିଲ୍ଲା ପ୍ରଶାସନ ତରଫରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଯାଜପୁର ଜିଲ୍ଲାରେ ବନ୍ୟା ସ୍ଥିତି ସଙ୍ଗୀନ ହେବାରୁ ପ୍ରଶାସନ ପକ୍ଷରୁ ମୋଟ ୩୧୩ଟି ସ୍କୁଲ୍ ବନ୍ଦ କରାଯାଇଛି। ଜିଲ୍ଲାର ବନ୍ୟା ପ୍ରଭାବିତ ୮ଟି ବ୍ଲକ୍ର ସମସ୍ତ ସ୍କୁଲ୍କୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରଭାବିତ ହୋଇଥିବା ବ୍ଲକ୍ଗୁଡ଼ିକ ହେଲା ଯାଜପୁର, ବରୀ, ବିଂଝାରପୁର, ରସୁଲପୁର, ଦଶରଥପୁର, କୋରେଇ, ଧର୍ମଶାଳା ଏବଂ ବଡ଼ଚଣା। ସେହିପରି ଭଦ୍ରକ ଜିଲ୍ଲାରେ ମଧ୍ୟ ବନ୍ୟା ଜଳ ପ୍ରବେଶ କରିବା କାରଣରୁ ପ୍ରାଥମିକ ସୁରକ୍ଷା ଦୃଷ୍ଟିରୁ ସ୍କୁଲ୍ ଓ ଆଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ଜିଲ୍ଲାର ୪ଟି ବନ୍ୟା ପ୍ରଭାବିତ ବ୍ଲକ୍ରେ ମୋଟ ୨୦୫ଟି ସ୍କୁଲ୍ ଛୁଟି ଘୋଷଣା କରାଯାଇଛି। ଏହା ସହିତ ୨୬୫ଟି ଆଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ବନ୍ଦ ରଖାଯାଇଛି। ପ୍ରଭାବିତ ବ୍ଲକ୍ଗୁଡ଼ିକ ହେଲା ଭଦ୍ରକ, ତିହିଡ଼ି, ଧାମନଗର ଏବଂ ଚାନ୍ଦବାଲି। ବର୍ଷା ଓ ବନ୍ୟା ଯୋଗୁଁ ଛାତ୍ରଛାତ୍ରୀଙ୍କ ଯାତାୟାତରେ ଅସୁବିଧା ଏବଂ ସୁରକ୍ଷାକୁ ପ୍ରାଥମିକତା ଦେଇ ଜିଲ୍ଲାପାଳମାନଙ୍କ ଦ୍ୱାରା ଏହି ପଦକ୍ଷେପ ନିଆଯାଇଛି। Post navigation Online Drivers Union Apologizes: କ୍ଷମା ମାଗିଲେ ଅନଲାଇନ ଡ୍ରାଇଭର ସଂଘର ସଭାପତି