ରାଜ୍ୟରେ ଲୋକ ସଭା ଏବଂ ବିଧାନସଭା ଲାଗି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର ଭଳି ୬ ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ଚାଲିଛି ମତଦାନ । ମିଳିଥିବା ସୂଚନା ମୁତାବକ ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟରେ ଅପରାହ୍ନ ୧ଟା ସୁଦ୍ଧା ରାଜ୍ୟରେ ୩୭.୬୪ ପ୍ରତିଶତ ମତଦାନ ହୋଇଛି ।

ସର୍ବାଧିକ ବାଲେଶ୍ୱରରେ ୪୦.୭୧ ପ୍ରତିଶତ ମତଦାନ ହୋଇଥିବା ବେଳେ, ଭଦ୍ରକରେ ୩୬.୬୪ ପ୍ରତିଶତ, ଜଗତସିଂପୁରରେ ୩୮.୮୨ ପ୍ରତିଶତ ଭୋଟ ଦାନ ହୋଇଛି । ସେହିପରି ଯାଜପୁରରେ ୩୩.୯୬ ପ୍ରତିଶତ, କେନ୍ଦ୍ରାପଡାରେ ୩୫.୮୪ ପ୍ରତିଶତ, ମୟୂରଭଞ୍ଜରେ ୪୦.୦୯ ପ୍ରତିଶତ ମତଦାନ ହୋଇଛି ।

Leave a Reply

Your email address will not be published. Required fields are marked *