କେନ୍ଦ୍ରାପଡ଼ା ଲୋକସଭା ଅଧିନ ସାଲେପୁର ମାଳଶାସନର ୧୮୪ ଓ ୧୮୫ ବୁଥ୍‌ରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା । ବିଜେପି ବିଧାୟକ ପ୍ରାର୍ଥୀଙ୍କ ଏଜେଣ୍ଟ ଓ ୩ ସମର୍ଥକଙ୍କୁ ବିଜେଡି କର୍ମୀମାନେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ବୁଥ୍ କ୍ୟାପଚରିଂ କରିବାକୁ ବିରୋଧ କରିବାରୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ସମସ୍ତ ଆହତଙ୍କୁ ସାଲେପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୁଚନା ଅନୁସାରେ , ଶତାଧିକ ବିଜେଡି ସମର୍ଥକ ବୁଥ୍ ଭିତରକୁ ପଶି ବୁଥ୍ କ୍ୟାପଚର କରିବାକୁ ଚେଷ୍ଟା କରିବା ସମୟରେ ତାଙ୍କୁ ବିରୋଧ କରିଥିଲେ ବିଜେପି ପ୍ରାର୍ଥୀଙ୍କ ଏଜେଣ୍ଟ । ବିଜେଡି କର୍ମୀମାନେ ବିଜେପି ଏଜେଣ୍ଟ ଓ କର୍ମୀଙ୍କୁ ପନିକିରେ ହାଣିବା ସହ ଠେଙ୍ଗାରେ ପିଟିଥିବା ଅଭିଯୋଗ ହୋଇଛି। ସମସ୍ତ ଆହତଙ୍କୁ ସାଲେପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ ବୁଥରେ ଉତ୍ତେଜନା ଦେଖଦେଇଛି। ପୁଲିସ ଉପସ୍ଥିତ ଥିବା ସତ୍ତ୍ୱେ କିପରି ଏପରି ପରିସ୍ଥିତି ଉପୁଜିଲା ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସାଲେପୁର ବିଧାନସଭା ପ୍ରାର୍ଥୀ ଅରିନ୍ଦମ ରାୟ କହିଛନ୍ତି, ବିଜେଡିର ଭୋଟ କମିବା ସମ୍ଭାବନା ରହିଛି ସେଠାରେ ବିଜେଡି ସମର୍ଥକମାନେ ଲୋକଙ୍କୁ ଡରାଇ ଧମକାଇ ବିଜେଡିରେ ଭୋଟ ଦେବାକୁ କହୁଥିବା କହିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ଅରିନ୍ଦମ୍ ରାଏ । ସେ କହିଛନ୍ତି ୧୮୪, ୧୮୫ନଂ ବୁଥରେ ବିଜେଡି କର୍ମୀ ବୁଥ କ୍ୟାପଚର କରୁଥିବା ମୋ ଏଜେଣ୍ଟ ଖବର ପାଇଥିଲେ। ଏନେଇ ସେ ବୁଥକୁ ଯାଇଥିଲେ। ଏହି ସମୟରେ ବିଜେଡିର କର୍ମୀ ରମେଶ ଜେନା ଓ କିଛି କର୍ମୀ ତାଙ୍କୁ ଧକ୍କା ମାରି ବୁଥ ବାହାରକୁ ବାହାର କରିଦେଇଥିଲେ।

ପରେ ସେ ମୋର ଏଜେଣ୍ଟ ବୋଲି ଚିରକୁଟି ଦେଖାଇବାରୁ ତାକୁ ଚିରି ଦେଇଥିଲେ। ତା’ପରେ ବିଜେଡିର କର୍ମୀମାନେ ଠେଙ୍ଗା, ବାଡ଼ି ଓ ପନିକରେ ମୋ ଏଜେଣ୍ଟ ସହ କିଛି କର୍ମୀଙ୍କୁ ଆକ୍ରମଣ କରିଥିଲେ। ସେମାନେ ଜୀବନ ବଞ୍ଚାଇ ସେଠାରୁ ପଳାଇ ଆସିଥିଲେ। ପୋଲିସ ଆଗରେ ସବୁ ଘଟଣା ଘଟଣା ଘଟିଥିବାବେଳେ ପୋଲିସ ନୀରବ ରହୁଥିବା ଅଭିଯୋଗ ହୋଇଛି ।

ଅନ୍ୟପଟେ କଟକ ଜିଲ୍ଲାପାଳ ଅଫିସ୍ ସୋସିଆଲ ମିଡିଆ ଆଇଡିରେ ଲେଖିଛନ୍ତି ୧୮୪ ଓ ୧୮୫ ବୁଥ୍‌ରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସାରେ ପନିକିରେ ଆକ୍ରମଣ ରିପୋର୍ଟ ଓ ବୁଥ କ୍ୟାପଚର ହୋଇଥିବା କଥା ସମ୍ପୂର୍ଣ୍ଣ ମିଥ୍ୟା ଅଟେ ।

Leave a Reply

Your email address will not be published. Required fields are marked *