ବିରୋଧୀଙ୍କୁ ଚକମା ଦେବାକୁ ଚେଷ୍ଟା କରି ଫସିଗଲେ ନବୀନ। ନବୀନ ସୁସ୍ଥ ନାହାନ୍ତି ବୋଲି ବିରୋଧୀମାନେ ଦାବି କରିବା ପରେ ନିଜେ ଫିଟ୍ ଅଛନ୍ତି ଦେଖେଇ ହେବାକୁ ଶୁକ୍ରବାର ସନ୍ଧ୍ୟାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନର ଠିକ୍ ଦିନକ ଆଗରୁ ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବହିକିଣା ଜନତାଙ୍କୁ ଦ୍ଵନ୍ଦରେ ପକାଇଛି । ‘ସିକ୍ରେଟ୍‌ସ ଅଫ୍‌ ଶିମିଳିପାଳ’ ଓ ‘ଆରିଏନ୍ସ’ ନମକ ଦୁଇଟି ପୁସ୍ତକ କିଣିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବହି କିଣିବା ସହ ସେଲ୍‌ଫି ବି ନେଇଥିଲେ ନବୀନ।

ହେଲେ ଏହି ବହି କିଣା ପଛରେ ଭୋଟ ପାଇଁ ଯୋଜନା ହୋଇଥିବା ଚର୍ଚ୍ଚା ହେଉଛି। କାରଣ ୨୦୨୧ ରେ ନବୀନଙ୍କୁ ଉପହାର ମିଳିଥିବା ‘ସିକ୍ରେଟ୍‌ସ ଅଫ୍‌ ଶିମିଳିପାଳ’ ବହିକୁ ପୁଣିଥରେ କାଲି କିଣି ନବୀନ କଣ୍ ପ୍ରମାଣ କରିବାକୁ ଚାହିଁଛନ୍ତି? ବୋଲି ପ୍ରଶ୍ନ ଉଠିଛି। ଆଜି ମୟୂରଭଞ୍ଜରେ ମତଦାନ ଥିବା ବେଳେ ଗତକାଲି ସନ୍ଧ୍ୟାରେ ‘ସିକ୍ରେଟ୍‌ସ ଅଫ୍‌ ଶିମିଳିପାଳ’ ବାହିକୁ ପୁଣିଥରେ କିଣି ନବୀନ ଭୋଟ ହାତେଇବାକୁ ଯେଉଁ ଯୋଜନା କରିଥିଲେ ଏବେ ତାହା ଫସର ଫାଟିଛି। ଡକ୍ଟର ଦେବବ୍ରତ ସ୍ବାଇଁ ନିଜେ ଏହି ପୁସ୍ତକ ନବୀନଙ୍କୁ ୨୦୨୧ ଭେଟି ଉପହାର ଦେଇଥିବା ବେଳେ ସେତେବେଳର ପୁରୁଣା ଫଟୋ ସୋସିଆଲ ମିଡ଼ିଆ ଭାଇରାଲ ହେବା ପରେ ସବୁ ସତ ଧାରାପଡ଼ିଛି।

By Nirvay

Leave a Reply

Your email address will not be published. Required fields are marked *