ଓଡ଼ିଶାରେ ଚାଲିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ । ବାଜିରେ ଲାଗିଛି ବହୁ ହେଭିୱେଟଙ୍କ ଭାଗ୍ୟ । ରାଜ୍ୟରେ ୬ ଲୋକସଭା ଏବଂ ୪୨ ବିଧାନସଭା ଆସନ ପାଇଁ ଜାରି ରହିଛି ମତଦାନ । ଭୋଟ୍ ଦେଉଛନ୍ତି ରାଜ୍ୟବାସୀ । ମିଳିଥିବା ସୂଚନା ଅନୁସାରେ, ଦିନ ୩ ଟା ସୁଦ୍ଧା ୪୯.୭୭ ପ୍ରତିଶତ ମତଦାନ ହୋଇଛି ।

ତେବେ ସର୍ବାଧିକ ବାଲେଶ୍ୱରରେ ୫୪.୦୪ ପ୍ରତିଶତ ହୋଇଛି ମତଦାନ ହୋଇଥିବାବେଳେ, ଭଦ୍ରକରେ ୪୬.୩୩ ପ୍ରତିଶତ ହୋଇଛି ମତଦାନ । ସେହିପରି ଜଗତସିଂପୁରରେ ୫୨.୫୨ ପ୍ରତିଶତ ମତଦାନ ହୋଇଛି, ଯାଜପୁରରେ ୪୮.୮୦ ପ୍ରତିଶତ, କେନ୍ଦ୍ରାପଡାରେ ୪୬.୪୬ ପ୍ରତିଶତ ଓ ମୟୂରଭଞ୍ଜରେ ୫୧.୦୩ ପ୍ରତିଶତ ମତଦାନ ହୋଇଛି ।

Leave a Reply

Your email address will not be published. Required fields are marked *