ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ICDS ସୁପରଭାଇଜର ବି. ଉମା ପାତ୍ର ଓ ଜୁନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ ନରସିଂହ ବେହେରା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଣେ ଅଙ୍ଗନବାଡ଼ି କର୍ମୀଙ୍କ ଘର ଭଡ଼ା ରିଲିଜ୍ କରିବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଧରା ପଡିଥିବା ଜଣାପଡ଼ିଛି।

ଗିରଫଦାରୀ ପରେ, ଆୟବହିର୍ଭୂତ ସମ୍ପତ୍ତି ଠାବ କରିବା ନେଇ ଭିଜିଲାନ୍ସ ଉଭୟ ଅଭିଯୁକ୍ତଙ୍କ ଆବାସିକ ପରିସରରେ ଏକାସାଙ୍ଗରେ ଚଢ଼ଉ ଜାରି ରଖିଛି ।

Leave a Reply

Your email address will not be published. Required fields are marked *