ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ। ଗସ୍ତ କାଳରେ ସେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନକୁ ଯାଇ ତାଙ୍କ ସହ ପ୍ରାୟ ଏକ ଘଣ୍ଟା ୧୫ ମିନିଟ ଆଲୋଚନା କରିବେ। ବୈଠକରେ ବିଭିନ୍ନ ରାଜ୍ୟ ସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗ ସହ ମହାନଦୀ ଜଳ ବିବାଦ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଏହା ପୂର୍ବରୁ ଦିଲ୍ଲୀରେ ମଧ୍ୟ ମହାନଦୀ ପ୍ରସଙ୍ଗରେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଭେଟଘାଟ ହୋଇଥିଲା। ମୁଖ୍ୟମନ୍ତ୍ରୀ ମାଝୀଙ୍କ ସହ ବୈଠକ ପରେ ବିଷ୍ଣୁ ଦେଓ ସାଏ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଯାଇ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବେ। ପରେ ସେ ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ସେଠାରେ ରାତ୍ରିଯାପନ କରିବେ। ଆସନ୍ତାକାଲି ଭୁବନେଶ୍ୱର ଫେରିବା ପରେ ସେ ବିମାନବନ୍ଦରରୁ ରାୟପୁର ଫେରିଯିବେ। Post navigation नागोया में एशियन गेम्स की शुरुआत, मनु भाकर और पवन सहरावत ने थामी भारत की कमान Vigilance Nabs ICDS Supervisor And JRA: ଲାଞ୍ଚ ନେଇ ଧରାପଡ଼ିଲେ ICDS ସୁପରଭାଇଜର ଓ ଜୁନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ