ଏସୀୟ କ୍ରୀଡ଼ା ୨୦୨୬ରେ ଭାରତୀୟ ଆଥଲେଟଙ୍କ ଦମ୍ଦାର ପ୍ରଦର୍ଶନ ଜାରି ରହିଛି। କ୍ରୀଡ଼ାର ପ୍ରାରମ୍ଭିକ ପର୍ଯ୍ୟାୟରେ ହିଁ ସୁଟିଂ ଇଭେଣ୍ଟରୁ ଭାରତ ପାଇଁ ଆସିଛି ପ୍ରଥମ ସଫଳତା। ୧୦ ମିଟର ଏୟାର ରାଇଫଲ୍ ମହିଳା ଟିମ୍ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରି ଭାରତୀୟ ମହିଳା ଦଳ ରୌପ୍ୟ ପଦକ ହାସଲ କରିଛନ୍ତି। ଏହି ଗୌରବମୟ ସଫଳତା ପଛରେ ରହିଛନ୍ତି ଭାରତର ତିନି ପ୍ରତିଭାବାନ୍ ସୁଟର ଏଲାଭେନିଲ୍, ସୋନମ୍ ଏବଂ ବିନୋଦ ବିଦାର୍ସୀ। କଠିନ ପ୍ରତିଯୋଗିତା ମଧ୍ୟରେ ଅତ୍ୟନ୍ତ ଧୈର୍ଯ୍ୟ ଓ ସଠିକ୍ ଲକ୍ଷ୍ୟ ସାଧନ କରି ଏହି ଖେଳାଳିମାନେ ଦଳକୁ ପଦକ ବିଜୟୀ କରାଇଛନ୍ତି। ୧୦ ମିଟର ଏୟାର ରାଇଫଲ୍ ଇଭେଣ୍ଟରେ ପ୍ରାରମ୍ଭରୁ ହିଁ ଭାରତୀୟ ସୁଟରମାନେ ସେମାନଙ୍କର ଦାବି ମଜବୁତ୍ ରଖିଥିଲେ ଏବଂ ଶେଷ ପର୍ଯ୍ୟନ୍ତ ନିଜର ଶ୍ରେଷ୍ଠ ପ୍ରଦର୍ଶଜ ଜାରି ରଖି ଦେଶ ପାଇଁ ଏହି ସମ୍ମାନ ଆଣିଦେଇଛନ୍ତି। Post navigation Vigilance Nabs ICDS Supervisor And JRA: ଲାଞ୍ଚ ନେଇ ଧରାପଡ଼ିଲେ ICDS ସୁପରଭାଇଜର ଓ ଜୁନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ