ସମ୍ବଲପୁର ଜିଲ୍ଲା ରେଙ୍ଗାଲି ପୋଲିସ ଷ୍ଟେସନ୍ ସୀମାନ୍ତରେ ଏକ ପୋଲିସ ଏନକାଉଣ୍ଟର ଘଟିଛି। ଏହି ଗୁଳିକାଣ୍ଡରେ ଜଣେ କଫ୍ ସିରପ୍ ବେପାରୀ ଗୁରୁତର ଆହତ ହୋଇଛନ୍ତି। ଆହତ ଅଭିଯୁକ୍ତଙ୍କ ନାମ ପ୍ରୀତମ ବିଶ୍ୱାଳ ବୋଲି ଜଣାପଡ଼ିଛି।

ଗୁଳିବାଜି ଆହତ ହେବା ପରେ ପୋଲିସ ତାଙ୍କୁ ତୁରନ୍ତ ଉଦ୍ଧାର କରି ରେଙ୍ଗାଲି ହସ୍ପିଟାଲରେ ଭର୍ତ୍ତି କରିଛି। ଘଟଣାସ୍ଥଳରୁ ପୋଲିସ ଗୋଟିଏ ଦେଶୀ ବନ୍ଧୁକ ସହ ବିପୁଳ ପରିମାଣର କଫ୍ ସିରପ୍ ଜବତ କରିଛି। ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *