ରାଜ୍ୟର ଆବାସିକ ଛାତ୍ରୀ ନିବାସଗୁଡ଼ିକରେ ନାବାଳିକା ଅନ୍ତେବାସୀ ଗର୍ଭବତୀ ହେବା ଘଟଣା ଏବେ ସାରା ରାଜ୍ୟରେ ପ୍ରବଳ ଚର୍ଚ୍ଚାର ବିଷୟ ପାଲଟିଛି। ବିଧାନସଭାରେ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଦ୍ୱାରା ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ଗଣଶିକ୍ଷା ମନ୍ତ୍ରୀ ଏହି ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଓ ଚାଞ୍ଚଲ୍ୟକର ତଥ୍ୟ ଉପସ୍ଥାପନ କରିଛନ୍ତି। ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ୨୦୨୪-୨୫ ବର୍ଷ ମଧ୍ୟରେ ମୋଟ ୧୫ ଜଣ ନାବାଳିକା ଗର୍ଭବତୀ ହୋଇଛନ୍ତି । ଜିଲ୍ଲାୱାରୀ ହିସାବକୁ ଦେଖିଲେ, କେବଳ କନ୍ଧମାଳ ଜିଲ୍ଲାରେ ୫ ଜଣ ଏବଂ କୋରାପୁଟ ଜିଲ୍ଲାରେ ୪ ଜଣ ନାବାଳିକା ଗର୍ଭବତୀ ହୋଇଥିବା ଜଣାପଡ଼ିଛି। ଏହା ପରେ ଆବାସିକ ସ୍କୁଲ ଓ ହଷ୍ଟେଲଗୁଡ଼ିକରେ ଛାତ୍ରୀମାନଙ୍କ ସୁରକ୍ଷା ବ୍ୟବସ୍ଥା ଏବଂ ପରିଚାଳନାକୁ ନେଇ ଏବେ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। Post navigation Odisha Bandh: ଆସନ୍ତା ୩୦ରେ ‘ଓଡ଼ିଶା ବନ୍ଦ’ ଡାକରା